logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବ୍ୟତିକ୍ରମ - ରତିନାରାୟଣ ରାଉତ ଙ୍କ ଦ୍ଵାରା ସ୍ବରଚିତ କବିତା।

*ବ୍ୟତିକ୍ରମ*

କାର୍ଯ୍ୟ କ୍ଷେତ୍ରେ ସୀମା ଅତିକ୍ରମ ଅବା
କ୍ଷଣେ ବିଚ୍ୟୁତ ହୋଇବା
ନିୟମ,ଆଇନୀ ଉଲ୍ଲଂଘନ କିବା
ଅବମାନନା କରିବା ||୧||
ସଚେତନ ଭାବେ ନୀତିକୁ ଭାଙ୍ଗିବା
ନ ମାନିବା ଆଦେଶକୁ
ବ୍ୟତିକ୍ରମ ଏହି ମର୍ମ କୁ ବୁଝାଏ
ବାଧା ବିଘ୍ନ ବ୍ୟାଘାତକୁ ||୨||
ସକାରାତ୍ମ ଅର୍ଥେ ସଂଯମ ସ୍ଥିରତା
ମାନସିକ ଦୃଢ଼ତାରେ
ମୋହ ମାୟା ଇନ୍ଦ୍ରି ସୁଖ ତ୍ୟାଗୀ ନର
ଅନ୍ୟଠୁ ଭିନ୍ନ ସଂସାରେ
ଆତ୍ମଜ୍ଞାନ ଭକ୍ତି ସାତ୍ତ୍ଵିକ ଚିନ୍ତନେ
ବ୍ୟତିକ୍ରମ ଆଦର୍ଶରେ ||୪||
ବିକାରାତ୍ମ ଅର୍ଥେ ମାନସିକ ଚାପେ
କ୍ଷୋଭ ଅନିଶ୍ଚିତତା ରେ
ଭୋଗ ବିଳାସରେ ହିଂସା ବାଦ କ୍ରୋଧେ
ଚାଲେ ସଙ୍କଟ ପଥ ରେ ||୫||
ବ୍ୟତିକ୍ରମ ଖାଲି ଅପବାଦ ନୁହେଁ
ପ୍ରତୀକ ଉତ୍କର୍ଷତା ର
ନୂତନ ଚିନ୍ତନ ଉଚ୍ଚମନା ଗୁଣେ
ବ୍ୟତିକ୍ରମେ ଶ୍ରେଷ୍ଠ ନର ||୬||
ନିୟମର ସାଥେ ଚାଲେ ଏ ଜଗତ
ସମୟ ସ୍ରୋତ ସାଥିରେ
ତଥାପି ଯେ ବେଳେ ବ୍ୟତିକ୍ରମ ଘଟେ
ପ୍ରକୃତି ଅତିଷ୍ଟ କରେ ||୬||
ଆଧୁନିକ ନର ନାରୀଙ୍କ ବେଭାର
ରୂପ ଗୁଣ ଭେକ ଦେଖ
ପରମ୍ପରା ସାଥେ ସଂସ୍କାର କୁ ଭୂଲି
ସୃଷ୍ଟି କରେ ମହା ଦୁଃଖ ||୭||
ଉତ୍ତମ ଗୁଣରେ ମାନବବାଦରେ
ସର୍ବେ ବଳିୟାନ ହେଇ
ମାନବ ଜନମ ସାର୍ଥିକ କରିବା
ଆସହେ ଭଉଣୀ ଭାଇ ||୮||
*ରତିନାରାୟଣ ରାଉତ*
*ବଳରାମପୁର, କେନ୍ଦୁଝର*
*ମୋ-୯୭୭୭୭୭୮୫୨୨*

(ଖଣ୍ଡାଧାର ନିଉଜ)

9
1216 views

Comment