ବାଲେଶ୍ୱରରେ ୟୁଟ୍ୟୁବ୍ ପରିବାରମୁଖ ତରଫରୁ ଜଳଛତ୍ର ଉଦ୍ଘାଟନ
ବାଲେଶ୍ୱର: ୟୁଟ୍ୟୁବ୍ ପରିବାରମୁଖ ତରଫରୁ ବାଲେଶ୍ୱର ସ୍ୱରୋଅଞ୍ଚଳରେ ଏକ ଜଳଛତ୍ର ଉଦ୍ଘାଟିତ ହୋଇଛି, ଯାହା ପ୍ରଚଣ୍ଡ ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପଥଚାରୀ, ଶ୍ରମିକ, ଯାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଉଛି। ଏହି ପାଣୀୟ ସେବା ଦ୍ୱାରା ଲୋକମାନେ ଗରମୀରେ ଜଳ ଅଭାବରୁ ପୀଡ଼ିତ ହେବାରୁ ବଞ୍ଚିପାରିବେ।
ପ୍ରତ୍ୟେକ ରବିବାର ଦିନ ଦହି ପାଣି ଓ ଲେମ୍ବୁ ପାଣି ବଣ୍ଟନ କରାଯାଉଛି, ଯାହା ଲୋକମାନଙ୍କର ଶରୀରରେ ଜଳୀୟ ଅଂଶ ବଜାୟ ରଖିବାରେ ସାହାଯ୍ୟ କରୁଛି। ସ୍ଥାନୀୟ ଲୋକମାନେ ଏହି ସାମାଜିକ କାର୍ଯ୍ୟକ୍ରମକୁ ସ୍ୱାଗତ କରି ୟୁଟ୍ୟୁବ୍ ପରିବାରମୁଖର ମହତ୍ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି। ସଦସ୍ୟମାନେ "ସେବା ହିଁ ଧର୍ମ" ବାକ୍ୟକୁ ଆଗେଇ ଆଗାମୀ ଦିନରେ ମଧ୍ୟ ଏହି ପ୍ରକାରର ଜନହିତକର କାର୍ଯ୍ୟ ଜାରି ରଖିବାର ସୂଚନା ଦେଇଛନ୍ତି।