logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାଲେଶ୍ୱରରେ କବିତା କୁମ୍ଭ ଅବସରରେ କବି ଦେବେନ୍ଦ୍ର ହଂସଙ୍କ ସମ୍ମାନ

ବାଲେଶ୍ୱର: ଗାନ୍ଧୀସ୍ମୃତି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କବିତା କୁମ୍ଭରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ନାଏକପଡା ଗ୍ରାମର କବି ଦେବେନ୍ଦ୍ର ହଂସଙ୍କୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ‘ସୃଜନଶ୍ରୀ’ ସମ୍ମାନ ପ୍ରଦାନ କରାଗଲା।

ସେମାନଙ୍କର ନବପ୍ରକାଶିତ କବିତା ସଙ୍କଳନ ‘ଅନୁରାଗ ଆଇନା’ ମଧ୍ୟ ଏହି ଉତ୍ସବ ମଞ୍ଚରେ ଲୋକାର୍ପିତ ହେଲା। ପୁସ୍ତକରେ ସାମାଜିକ ଚେତନା, ପ୍ରେମମୂଳକ ଭାବଧାରା ଓ ନାରୀକେନ୍ଦ୍ରିକ କବିତା ରହିଛି, ଯାହା ପାଠକ ଏବଂ ସାହିତ୍ୟପ୍ରେମୀଙ୍କ ମଧ୍ୟରେ ବେଶ୍ ପ୍ରଶଂସିତ ହୋଇଛି।

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି, ସାହିତ୍ୟିକ ଓ ସଂସ୍କୃତିପ୍ରେମୀମାନେ କବିତା କୁମ୍ଭରେ ଯୋଗଦେଇଥିବା ସମୟରେ, ଦେବେନ୍ଦ୍ର ହଂସଙ୍କ ସମ୍ମାନ ପ୍ରାପ୍ତିକୁ ନୂଆପଡ଼ା ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି ସାହିତ୍ୟ ମହଲରେ ମତ ପ୍ରକାଶ କରାଗଲା।

2
125 views

Comment