logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ବାସ୍ଥ୍ୟକେନ୍ଦ୍ର ବାହନ ଚାଳକଙ୍କୁ (ଡ୍ରାଇଭର)ବିଦାୟ ସମ୍ବର୍ଦ୍ଧନା,ମାଥାଲପୁଟ, ଦାମନଯୋଡି,କୋରାପୁଟ, ଓଡ଼ିଶା

ସ୍ବାସ୍ଥ୍ୟକେନ୍ଦ୍ର ଡ୍ରାଇଭର ଙ୍କୁ ବିଦାୟ ସମ୍ବର୍ଦ୍ଧନା
ଦାମନଯୋଡ଼ି,୦୨/୦୬:କୋରାପୁଟ ବ୍ଲକ ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୩୧ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ସେବା ଯୋଗାଇ ଆସୁଥିବା ଡ୍ରାଇଭର ପୂର୍ବ କିର୍ସାନୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଅବିଭକ୍ତ କୋରାପୁଟର କାଲିମେଳାରେ ୧୯୮୮ମସିହାରେ ଚାକିରୀ ଆରମ୍ଭ କରିଥିବା ଶ୍ରୀ କିର୍ସାନୀ ୧୯୯୪ ମସିହାରୁ ମାଥାଲପୁ୍ଟ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିଲେ।ଏଠାରେ ଥାଇ ବିଭିନ୍ନ ସମୟରେ କୋରାପୁଟ ମୁଖ୍ୟାଳୟ ଓ କୁନ୍ଦୁଲି ରେ ମଧ୍ଯ କାର୍ଯ୍ୟ କରିଛନ୍ତି।।୩୭ବର୍ଷ ଧରି ସେବା କରି ରୋଗୀ ଓ ଜନସଧାରଣଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି।ସୋମବାର ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ଉତ୍ତରୀୟ ଓ ଉପହାର ସାମଗ୍ରୀ ପ୍ରଦାନ କରାଯାଇଥିଲା।ସହକର୍ମୀ,ଡାକ୍ତର ଓ ଅନ୍ୟ ଅଧିକାରୀ,ଶ୍ରୀ କିର୍ସାନୀଙ୍କ କାର୍ଯ୍ୟଦକ୍ଷତା,କର୍ତ୍ତବ୍ୟ ପରାୟଣତା ଓ ବନ୍ଧୁ ବତ୍ସଳତାର ସ୍ମୃତି ଚାରଣ କରି ଦୀର୍ଘ ନିରାମୟ ଅବସର ଜୀବନ କାମନା କରିଥିଲେ।ବିଦାୟୀ ଡ୍ରାଇଭର ପୂର୍ବ କିର୍ସାନୀ ନିଜ ବକ୍ତବ୍ୟରେ କୋରାପୁଟ ବ୍ଲକରେ ତାଙ୍କ କାର୍ଯ୍ୟ ଓ ରହଣି ସ୍ମୃତିମୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ।ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡ଼ା ସମ୍ବିତ କୁମାର ବଳ,ପିଏଚଇଓ ବିଜୟ ଖିଲ,ବିପିଏମ ନୀଳକଣ୍ଠ ପାଣି,ସୁପର ଭାଇଜର,ସ୍ବାସ୍ଥ୍ୟକର୍ମୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ସୁପର ଭାଇଜର ମକର ଜାନି ଓ ସ୍ବାସ୍ଥ୍ୟକର୍ମୀ ସୁଶାନ୍ତ ଭଞ୍ଜ ସଂଯୋଜନା କରିଥିଲେ।ଉଲ୍ଲେଖନୀୟ ଶ୍ରୀ କିର୍ସାନୀଙ୍କ ନିଜ ଘର କୋରାପୁଟ ବ୍ଲକ ବଡ଼ କେରେଗାଁ ଗ୍ରାମରେ।କୋଲାବ ନଦୀବନ୍ଧ ପାଇଁ ଏହି ଗାଁ ବିସ୍ଥାପିତ ହୋଇ ଚକ୍ରଲିଗୁଡ଼ାରେ ରହୁଛନ୍ତି। ଶ୍ରୀ କିର୍ସାନୀଙ୍କ ପତ୍ନୀ ବଲା କିର୍ସାନୀଙ୍କ ସହିତ ଝିଅ ଓ ଦୁଇ ପୁଅ ଅଛନ୍ତି। ଝିଅ ଓ ବଡ଼ ପୁଅ ବିବାହିତ।

46
2077 views

Comment