logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୁରୀ ଜିଲ୍ଲାରେ ସ୍ଵଛ ଭାରତ ନାମରେ କୋଟି କୋଟି ଟଙ୍କା ଖାଇଗଲେ ସରପଞ୍ଚ। ଭିଜିଲାନ୍ସ ତଦନ୍ତ ଦାବି।

ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ ,କାମରେ ଲାଗୁନି ଆବର୍ଜନା କୁଣ୍ଡ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା ଭିଜିଲାନ୍ସ ତଦନ୍ତ ଦାବି।
ପୁରୀ,୨-୬-ପୁରୀ ଜିଲ୍ଲା ବଳଙ୍ଗା ଥାନା ଅର୍ନ୍ତଗତ ନିମାପଡ଼ା ବ୍ଲକର ଗୋପୀନାଥ ପୁର,ଶାଇଁସ ଶାସନ,ବଳଙ୍ଗା,କୋଠକୁସାଙ୍ଗ, ଆଦି ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ନିର୍ମାଣ କରାଯାଇଥିବା ଆବର୍ଜନା କୁଣ୍ଡ କୌଣସି କାମରେ ଲାଗୁନି ଗଛ ବଣବୁଦରେ ପରିପୂର୍ଣ୍ଣ। ଗ୍ରାମାଞ୍ଚଳ ରେ ତିଆରି ହୋଇଥିବା ଏହି ଆବର୍ଜନା କୁଣ୍ଡ ଗୁଡ଼ିକ ସଚେତନ ଅଭାବ ଯୋଗୁ ଲୋକେ ବ୍ୟବହାର କରି ନ ଥିବା ବେଳେ ସ୍ୱଚ୍ଛ ଭାରତ ଏହି ମିଶନ ଫେଲ ମାରିଛି। ସୂଚନା ଅନୁଯାଇ ଗାଁ ପରିମଳ କୁ ସଫା ସୁତୁରା ରଖିବା ପାଇଁ ସରକାର ସ୍ୱଚ୍ଛ ଭାରତ ମିଶନ ତରଫରୁ ଗାଁ ର ବିଭିନ୍ନ ଛକ ,ବଜାର, ଜନ ଗହଳି ସ୍ଥାନ ମାନଙ୍କରେ ୨୫ ହଜାର ଟଙ୍କା ବ୍ୟୟରେ ଗୋଟିଏ ଲେଖାଏ ଆବର୍ଜନା କୁଣ୍ଡ ଗୃହ ନିର୍ମାଣ କରିଛନ୍ତି। ଗାଁ ର ଯାବତୀୟ ଆବର୍ଜନା ଏହି ଆବର୍ଜନା କୁଣ୍ଡ ଗୃହ ରେ ପକାଇଲେ ଏହାକୁ ପୁନର୍ବାର ସଫେଇ କରାଯାଇ ଗାଁ ପରିମଳ ସୁସ୍ଥ ରଖିବା ସରକାରଙ୍କ ଲକ୍ଷ୍ୟ ରହିଛି। ତେବେ ଗ୍ରାମାଞ୍ଚଳ ରେ ଲୋକେ ଏହି ଆବର୍ଜନା କୁଣ୍ଡ ର କାର୍ଯ୍ୟ ସମ୍ବନ୍ଧରେ ଅବଗତ ନ ଥିବାରୁ ଅଳିଆ ଆବର୍ଜନା ପୂର୍ବପରି ଗାଁ ର ପ୍ରମୁଖ ଛକ ,ବଜାର ଓ ଗହଳି ସ୍ଥାନ ମାନଙ୍କରେ ପକାଉ ଛନ୍ତି। ଯୋ ଦ୍ଵାରା ଗାଁ ର ପରିମଳ ବ୍ୟବସ୍ଥା ସୁଧୁରିବା ପରିବର୍ତ୍ତେ ଅଧିକ ଅପରିଷ୍କାର ହେଉଛି। ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ କୁଢ଼ କୁଢ ଆବର୍ଜନା ପଡି ରହିବାରୁ ପରିବେଶ ପୂତ ଗନ୍ଧମୟ ରହିବା ସହ ମଶା ମାଛି ଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ଏହା ଦ୍ବାରା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ୨୫ ହଜାର ଟଙ୍କା ବ୍ୟୟରେ ନିର୍ମିତ ଆବର୍ଜନା କୁଣ୍ଡ ଗୃହ ର ବ୍ୟବହାର ଜାଣି ପାରୁ ନ ଥିବା ବେଳେ ଦୃର୍ବୁତ୍ତ ମାନେ ଏହାର ଆଜବେଷ୍ଟ,ଲୁହା ଆଦି ଚୋରି କରି ନେଉଥିବା ଦେଖିବାକୁ ମିଳିଛି। ଯେଉଁ ଅଳ୍ପ କେତେକ ସ୍ଥାନରେ ଆବର୍ଜନା ଗୁଡ଼ିକ ଆବର୍ଜନା କୁଣ୍ଡ ଗୃହ ରେ ପକା ଯାଉଛି ତାକୁ ପଞ୍ଚାୟତ ତରଫରୁ ଦୀର୍ଘ ଦିନ ଧରି ସଫେଇ କରାଯାଉ ନାହିଁ ଏବଂ ଅନେକ ଲଟା ବଣବୁଦାରେ ପରିପୂର୍ଣ୍ଣ ଅବସ୍ଥାରେ ଦେଖିବାକୁ ମିଳିଛି। ଏପରି ସ୍ଥଳେ ନିମାପଡ଼ା ବ୍ଲକ ରେ ଆବର୍ଜନା କୁଣ୍ଡ ଗୃହ ନିର୍ମାଣ କରାଯାଇ ସରକାରଙ୍କ ଟଙ୍କା ପାଣି ରେ ପକାଇବା ସହ ସ୍ୱଚ୍ଛ ଭାରତ ମିଶନ ପ୍ରହସନ ପାଲଟିଛି। ଏହି ବାବଦରେ ବିଡ଼ିଓ ଙ୍କୁ ପଚାରିବାରେ ସେ କହିଛନ୍ତି ଆମେ ଏହା ଉପରେ ତୁରନ୍ତ ପଦକ୍ଷେପ ନେଇ ସଚେତନତା କରିବ ସହ ଯେଉଁ ଯେଉଁ ଜାଗା ଗୁଡିକରେ ଅସୁବିଧା ହୋଇଛି ଆମେ ତାକୁ ଅନୁସନ୍ଧାନ କରି ଠିକ୍ କରିଦେବେ ବୋଲି କହିଥିଲେ। ଜିଲ୍ଲା ପାଳ ପଦକ୍ଷେପ ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି।

1
132 views

Comment