logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ଦଶମ ଶ୍ରେଣୀ ପାଇଁ ୨୦ ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଆରମ୍ଭ

ମାଲକାନଗିରି, ୧ ଜୁନ୍: ମାଲକାନଗିରି ଜିଲ୍ଲାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ବୃଦ୍ଧି ଏବଂ ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦ ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ପରାମର୍ଶ ଏବଂ ଶିକ୍ଷା ବିଭାଗର ମାସିକ ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏହି ଶିବିର ଜୁନ୍ ୧ରୁ ୨୦ ଜୁନ୍ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଚାଲିବ।

ଖରାକୁ ଦୃଷ୍ଟିରେ ରଖି ପ୍ରତିଦିନ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ବିଷୟଭିତ୍ତିକ ଶିକ୍ଷା ଦିଆଯିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଏହି ଶିବିରର ଲକ୍ଷ୍ୟ ହେଉଛି ପାଠ୍ୟକ୍ରମର ଦୁର୍ବଳତା ଦୂର କରିବା, ପରୀକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଓ ଗ୍ରୀଷ୍ମ ଅବକାଶକୁ ଶିକ୍ଷାମୂଳକ ଭାବେ ବ୍ୟବହାର କରିବା।

ପ୍ରଧାନ ଶିକ୍ଷକ ଓ ଶିକ୍ଷକମାନେ ଟାଇମ ଟେବୁଲ ପ୍ରସ୍ତୁତ କରି ସ୍ମାର୍ଟକ୍ଲାସ ମାଧ୍ୟମରେ ପାଠଦାନ କରିବେ। ପ୍ରତି ରବିବାର କ୍ୟାରିଅର କାଉନସିଲିଂ କାର୍ଯ୍ୟକ୍ରମ ଆୟୋଜିତ ହେବ। ଜୁନ୍ ୨୦ରେ ଏକ ସ୍ୱତନ୍ତ୍ର ଅଭିଭାବକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ। ଏହି ପଦକ୍ଷେପ ଜିଲ୍ଲାର ଦଶମ ଶ୍ରେଣୀର ଫଳାଫଳ ଉନ୍ନତିରେ ସହାୟକ ହେବ ବୋଲି ଶିକ୍ଷା ବିଭାଗ ଆଶା ପ୍ରକାଶ କରିଛି।

34
1866 views

Comment