logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଏନ୍ ସି ସି ତାଲିମ୍ ଶିବିର ଉଦଘାଟିତ।

ଏନ୍ ସି ସି ତାଲିମ୍ ଶିବିର ଉଦଘାଟିତ।

କେନ୍ଦୁଝର: ତା ୦୨/୦୬-
ଏନ୍ ସି ସି କ୍ୟାମ୍ପ-୨ ଜୁନ୍ ୧ ରେ ଧରଣୀଧର ବିଶ୍ୱ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି।ଶିବିରର ଦ୍ୱିତୀୟ ଦିନରେ ୧୪ ଓଡ଼ିଶା ବାଟାଲିୟନ ଏନ୍ ସି ସି କେନ୍ଦୁଝର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ଉଦଘାଟନୀ ସମାରୋହରେ କ୍ୟାଡେଟ୍ ମାନଙ୍କୁ ଶୃଙ୍ଖଳା,କଠିନ ପରିଶ୍ରମ ଏବଂ ସମର୍ପଣ ସହିତ ମାତୃଭୂମିର ସେବା ପାଇଁ ପ୍ରୟାସ କରିବାକୁ ଉପଦେଶ ଦେଇଥିଲେ।ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର ଘାଡଗେ ଏବଂ ସୁବେଦାର ମେଜର ମହମ୍ମଦ ଶାହିଦ ଭଲ ଚରିତ୍ରବାନ ମଣିଷ ହେବା ପାଇଁ ମତବ୍ୟକ୍ତ କରିଥିଲେ।ଏହି ଶିବିରରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟରୁ ପ୍ରାୟ ୬୦୦ ଜଣ କ୍ୟାଡେଟ୍ ପ୍ରଶିକ୍ଷଣ ନେଉଛନ୍ତି।କ୍ୟାମ୍ପର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଆର୍.ଡି.ସି.,ଆଇ.ଡି. ଏସ୍.ଏସ୍.ସି.,ଟି.ଏସ୍.ସି ୨୦୨୬-୨୭ ପାଇଁ ସକ୍ଷମ କ୍ୟାଡେଟ ଚୟନ କରିବା।ଏହା ସହିତ ଡ୍ରିଲ୍,ଅସ୍ତ୍ର ପ୍ରଶିକ୍ଷଣ,ମାନଚିତ୍ର ପଢ଼ା,ସ୍ୱାସ୍ଥ୍ୟ ଓ ପରିଷ୍କାରତା,ଡ୍ରୋନ୍ ପ୍ରଶିକ୍ଷଣ,ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା,ପ୍ରାଥମିକ ଚିକିତ୍ସା,ଜାତୀୟ ସଂହତି ଉପରେ କ୍ୟାଡେଟମାନଙ୍କ ପାଇଁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା ରହିଛି।ଫୁଟବଲ୍,ଭଲିବଲ୍ ଭଳି କ୍ରୀଡା ପ୍ରତିଯୋଗିତା ସହ ଏକକ ସଙ୍ଗୀତ ଓ ଏକକ ନୃତ୍ୟ,ଦଳଗତ ନୃତ୍ୟ ଭଳି ସାଂସ୍କୃତିକ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ,ଯାହା କ୍ୟାଡେଟମାନଙ୍କ ସାମଗ୍ରିକ ବିକାଶ ଉନ୍ନତିରେ ସାହାଯ୍ୟ କରିବ।ଲେଫ୍ଟନାଣ୍ଟ ଦୀପକ କୁମାର ଗିରି, ଉମାକାନ୍ତ ବେହେରା,ଦିଗାମ୍ବର ରାଉତ,ନିହାର ରଞ୍ଜନ ମହାନ୍ତ,ଅରୁଣ କୁମାର ଜେନା,ଚିଫ ଅଫିସର୍ ମାନସ ରଞ୍ଜନ ପ୍ରଧାନ,ଫାର୍ଷ୍ଟ ଅଫିସର୍ ପୂର୍ଣ୍ଣଚନ୍ଦ୍ର ପାତ୍ର,ସେକେଣ୍ଡ ଅଫିସର୍ ବିଜୟ କୁମାର ବେହେରା ଏବଂ ୧୮ ଜଣ ପି ଆଇ ଷ୍ଟାଫ୍ ଙ୍କ ଦ୍ଵାରା କ୍ୟାମ୍ପ ପରିଚାଳିତ ହେଉଛି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

2
598 views

Comment