ସ୍ବାର୍ଥପର! - ବାସନ୍ତୀ ବାରିକ ଙ୍କ ଦ୍ଵାରା ସ୍ବରଚିତ କବିତା।
ସ୍ବାର୍ଥପର!
କେହି ଏଠି ବୁଝିବେନି.....
କେହି ଏଠି ତୁମ ମନ କଥା ବୁଝିବେନି
ଚିରି ଥିବା ଚିଠି ଆଉ କେହି ଯୋଡ଼ିବେନି।
ଜଳୁଥିବା ନିଆଁ ରେ କେ ପାଣି ଢ଼ାଳି ବେନି
ଅନ୍ତର ର କୋହ କେହି ଜଣେ ବୁଝିବେନି।।
ମାଆ ର ମମତା ଋଣ ସୁଝି ପାରିବେନି,
ଜୀବନେ ଶାନ୍ତ୍ବନା ଆଉ କେହି ଭରି ବେନି।।
ବିଭୁ ଶରଣରେ ଥିଲେ କେବେ ଝୁଣ୍ଟିବନି,
ମାଆ ର ସ୍ନେହ ପ୍ରେମ କେବେ ମିଳିବନି
ନିଜ ସ୍ବାର୍ଥ ପାଇଁ ସର୍ବେ ଏଠି ବନ୍ଧୁ
ଛାଡ଼ି ବେନି କେହି କାହାର ଭାଗ।
କାମନା ନିଆଁ ରେ ଦେହ କୁ ଜଳାଇ
ଟିକେ ଟିକେ କଥାରେ ଭରନ୍ତି ରାଗ।।
❤️ ବାସନ୍ତୀ ବାରିକ
ଶ୍ରୀ ପୁରୁଷତ୍ତମପୁର, ତନ୍ତୀ ସାହି ଡେଲାଙ୍ଗ, ପୁରୀ, ମୋବାଇଲ: 8926026220
(ସୌଜନ୍ୟ ଖଣ୍ଡାଧାର ନିଉଜ)