logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଟଣା ବ୍ଲକର ନୂତନ ସହ ଶିକ୍ଷାଧିକାରୀ ଯୋଗଦାନ।

ପାଟଣା ବ୍ଲକର ନୂତନ ସହ ଶିକ୍ଷାଧିକାରୀ ଯୋଗଦାନ।

ପାଟଣା-୦୧/୦୬, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ସୋମବାର ଦିନ ନୂତନ ସହ ଶିକ୍ଷା ଅଧିକାରୀ ଭାବେ ଜଗଦୀଶ ଚନ୍ଦ୍ର ନାଏକ ଯୋଗ ଦେଇଛନ୍ତି।ସେ ଏହାପୂର୍ବରୁ ଘଟଗାଁ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟାରତ ଥିଲେ। ପାଟଣା ବ୍ଲକ ରେ ଯୋଗଦାନ କରିବା ପରେ ଆଜି ବ୍ଲକ କର୍ମଚାରୀ ଓ ଜିଲ୍ଲା ସଂଘର କାର୍ଯ୍ୟ କର୍ତ୍ତା ମାନେ କାର୍ଯ୍ୟାଳୟରେ ପହଞ୍ଚି ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତ, ସଚିତାନନ୍ଦ ସେଠୀ ପ୍ରକାଶ କୁମାର ରାୟ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ କମଳାକାନ୍ତ ପତି, ଜିଲ୍ଲା ଉପସଭାପତି ତିଳୋତ୍ତମା ବେହେରା, ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ପାଟଣା ବ୍ଲକ ସଭାପତି ପ୍ରମୋଦ କୁମାର ମହାନ୍ତଙ୍କ ସହ ବ୍ଲକ କର୍ମଚାରୀ ନନ୍ଦକିଶୋର ନାଏକ ବିଭୀଷଣ ଦଳଦୋସିଆ ବୀରମୋହନ ଦିବେଦୀ ସନ୍ତୋଷ କୁମାର ନାଏକ କାନ୍ତିରାଣୀ ନାଏକ ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

1
196 views

Comment