logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଳାହାଣ୍ଡି: ଜୁନାଗଡ ମଣ୍ଡିରେ ଧାନ ବିକ୍ରୟ ଶୀଘ୍ର ଆରମ୍ଭ ହେବାକୁ ଦାବୀ।

କଳାହାଣ୍ଡି: ଜୁନାଗଡ ର ନୂତନ ବଜାର ପରିସରରେ
ଭଇଁରିଗୁଡ଼ା ଓ ଚିଙ୍ଗୁଡ଼ିସର୍ ପଞ୍ଚାୟତ ର ଚାଷୀ ଙ୍କ ଧାନ ବିକ୍ରୟ ପାଇଁ ମଣ୍ଡି ବ୍ୟବସ୍ଥା କରାଯାଇଅଛି। ବିଡ଼ମ୍ବନା ହେଲା ବର୍ତ୍ତମାନ ପର୍ଯ୍ୟନ୍ତ ମଣ୍ଡି ଆରମ୍ଭରୁ ହିଁ ଅବ୍ୟସ୍ଥା ଦେଖା ଦେଲାଣି। ଯେହେତୁ ଆଗକୁ ମୌସୁମୀ ଜନିତ ବର୍ଷା ହେବାର ସମ୍ଭାବନା ଅଛି ଏହି ପରିପେକ୍ଷୀରେ ମଣ୍ଡି ଆରମ୍ଭ ନ ହେବା ଦୁର୍ଭାଗ୍ୟ ଜନକ ବୋଲି ଚାଷୀ ଓ ବୁଦ୍ଧିଜୀବୀ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଚର୍ଚ୍ଚା ହେଉଛି କିପରି ଏକ ମାସ ମଧ୍ୟରେ ଚାଷୀ ଙ୍କ ଧାନ ବିକ୍ରୟ ସରିବ।
ଠିକ୍ ଏହିପରି ଭାବରେ ପ୍ରାୟ ସମସ୍ତ ମଣ୍ଡି ର ସ୍ଥିତି ସମାନ ଅଛି। ଏହିପରି ସ୍ଥଳେ ଜିଲ୍ଲା ପ୍ରଶାସନ ଙ୍କୁ ଶୀଘ୍ର ମଣ୍ଡି ଆରମ୍ଭ କରିବା ସହିତ କଟନି ଛଟନି କିପରି ନ ହେବ ସେଥିପାଇଁ ପଦକ୍ଷେପ ନେବାକୁ ଚାଷୀ ମାନେ ଅନୁରୋଧ କରିଛନ୍ତି।

9
776 views

Comment