ହାଇଡ୍ରା ଚାପାରେ ମେଗା ପ୍ରକଳ୍ପ କାର୍ଯ୍ୟରତ ଶ୍ରମିକ ମୃତ
ଖୋର୍ଦ୍ଧା ଜ଼ିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ୱର ପଂଚାୟତ ଖଜୁରୀପଡା ସ୍ଥିତ କେନ୍ଦ୍ର ସରକାରଙ୍କ ମେଗା ପାଣି ପ୍ରକଳ୍ପ କାର୍ଯ୍ୟାଳୟ ରହିଛି l ସରକାରୀ ଧାର୍ଯ୍ୟ ଅବଧି ଡେଡ ଲାଇନ ବର୍ଷେ ପୂର୍ବରୁ ପୂରଣ ହୋଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ସାରିପାରୁନି l ପ୍ରକଳ୍ପ ପକ୍ଷରୁ ସ୍ଥାନୀୟ କ୍ଷୀରଝରି ମୌଜା ଶନି ମନ୍ଦିର ନିକଟରେ ହାଇଡ୍ରା କ୍ରେନ ଦ୍ୱାରା ପାଇପ ଲଗା ଯାଉଥିବା ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ହାଇଡ୍ରା ଚାଳକଙ୍କ ଅସାବଧାନତା ଯୋଗୁ ଖୋଳା ଯାଇଥିବା ଗାତ ଭିତରେ କାର୍ଯ୍ୟରତ ଶ୍ରମିକଙ୍କ ଉପରେ ହାଇଡ୍ରା ଚଢେଇ ଦେବାରୁ ଘଟଣା ସ୍ଥଳରେ ଶ୍ରମିକ ଜଣକ ଗୁରୁତର ଅବସ୍ଥାରେ ଛଟପଟ ହୋଇଥିଲେ l ତାଙ୍କୁ ଘଟଣାନସ୍ଥଳରୁ ମେଗା ପ୍ରକଳ୍ପ କର୍ମଚାରୀ ଙ୍କ ଦ୍ୱାରା ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ କୁ ନିଆଯାଇଥିଲା l ମାତ୍ର ଚିକିତ୍ସା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଶ୍ରମିକ ଜଣକ ଯାଜପୁର ଜ଼ିଲ୍ଲା ସୁକିନ୍ଦା ଅଂଚଳ ର ବୋଲି ସୂଚନା ମିଳିଛି l