logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିତ୍ରକୋଣ୍ଡା ପୋଷ୍ଟ ଅଫିସର ଅବ୍ୟବସ୍ଥାରେ ଜନସାଧାରଣ ଅସନ୍ତୁଷ୍ଟିତ l

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକର ପୁରୁଣା ଓ ଗୁରୁତ୍ୱପୂର୍ଣ୍ଣ ଚିତ୍ରକୋଣ୍ଡା ପୋଷ୍ଟ ଅଫିସ ଉପରେ ୧୮ଟି ପଞ୍ଚାୟତର ହଜାର ଲୋକ ନିର୍ଭରଶୀଳ ଅଟନ୍ତି। ପୋଷ୍ଟ ଅଫିସ ମାଧ୍ୟମରେ ପେନସନ, ସଞ୍ଚୟ ଖାତା, ଟଙ୍କା ଜମା ଓ ଉଠାଣ, ଆଧାର ସଂଯୋଗ, ଡାକ ସେବା ଆଦି ବିଭିନ୍ନ କାର୍ଯ୍ୟ ସମ୍ପାଦିତ ହେଉଛି। ଦିନକୁ ଶତାଧିକ ଲୋକ ଏଠାକୁ ଯାଆନ୍ତି, କିନ୍ତୁ ପୋଷ୍ଟ ଅଫିସରେ ଜନସାଧାରଣଙ୍କ ପାଇଁ ନ୍ୟୁନତମ ସୁବିଧା ଉପଲବ୍ଧ ନାହିଁ।

ଖରା ଓ ବର୍ଷା ସମୟରେ ଲୋକମାନେ ଆଶ୍ରୟ ନେବା ପାଇଁ କୌଣସି ଟିଣ ଛପର କିମ୍ବା ପ୍ରତୀକ୍ଷାଳୟ ନଥିବାରୁ ଘଣ୍ଟା ଧରି ବାହାରେ ଠିଆ ରହିବାକୁ ବାଧ୍ୟ ହେଉଛନ୍ତି। ବୃଦ୍ଧବୃଦ୍ଧା, ମହିଳା ଓ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି ସମସ୍ୟାରେ ବିଶେଷ ଭାବରେ ପ୍ରଭାବିତ। ତାଲିକା ପୂରଣ କିମ୍ବା ଆବେଦନ ଲେଖିବା ପାଇଁ ଟେବୁଲ କିମ୍ବା ବସିବା ସୁବିଧା ନଥିବାରୁ ଲୋକମାନେ ଭୂମିରେ କାଗଜ ରଖି ଲେଖିବାକୁ ବାଧ୍ୟ ହେଉଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ପ୍ରଶାସନ କିମ୍ବା ସମ୍ପୃକ୍ତ ବିଭାଗ ଏଥିପାଇଁ ଗୁରୁତ୍ୱ ଦେଉନଥାନ୍ତି। ଜନସାଧାରଣ ତୁରନ୍ତ ଟିଣ ଛପର, ବସିବା ବ୍ୟବସ୍ଥା ଓ ଟେବୁଲ ସ୍ଥାପନ ଦାବି କରୁଛନ୍ତି।

0
0 views

Comment