ପୁରୀ ଜିଲ୍ଲାରେ ଖରିଫ ଧାନ କ୍ଷୟକ୍ଷତି ମିଳିଲାନି ୨୦୨୫ ମସିହାର।
ଫସଲ ବୀମା ପ୍ରଦାନ ଅନିୟମିତତା କିଏ ଫସଲ କ୍ଷୟକ୍ଷତି କ୍ଷତି ରିପୋର୍ଟ ଦେବ ତାହା ଏବେ ଦ୍ବନ୍ଦରେ।
ପୁରୀ ଜିଲ୍ଲାରେ ବଢୁଛି ଅସନ୍ତୋଷ।
ପୁରୀ,1-6-ଗତବର୍ଷ ଖରିଫ୍ ଧାନ ଚାଷ ପାଇଁ ଚାଷୀ ମାନେ ଫସଲ ବୀମା କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଶସ୍ୟ ଅମଳ ସମୟରେ ତଦନ୍ତ ଆଧାରରେ ଉଛୁପୁର ପଞ୍ଚାୟତ ରେ କିଛି ଚାଷୀ ମାନେ ବୀମା ପାଇବା ପାଇଁ କୃଷି ବିଭାଗର ନିଃଶୁଳ୍କ ନମ୍ବର କୁ ଫୋନ କରି ଜଣାଇ ଥିଲେ। କୃଷି ବିଭାଗ ମଧ୍ୟ କେତେ ପରିମାଣର କ୍ଷୟକ୍ଷତି ହୋଇଛି ଚାଷୀ ମାନଙ୍କ ବିଲରେ ବୁଲି ଅନୁଧ୍ୟାନ କରିବା ସହିତ ରିପୋର୍ଟ ପ୍ରସ୍ତୁତ କରି ନେଇଥିଲେ।ଏବେ ସହି ନିଃଶୁଳ୍କ ନମ୍ବର ୧୪୪୪୭ କୁ ଚାଷୀ ମାନେ ଫୋନ କଲେ ସେମାନେ କହୁଛନ୍ତି ଯେ ଆପଣଙ୍କ ର ରିପୋର୍ଟ ଆମ ପାଖକୁ ଆସିନାହିଁ।କିନ୍ତୁ କୃଷି ବିଭାଗ ଦୀର୍ଘ ତିନି ମାସ ବିତିଯାଇଥିଲେ ମଧ୍ୟ କ୍ଷୟକ୍ଷତି ରିପୋର୍ଟ କେଉଁ କାରଣ ପାଇଁ ବିମା କମ୍ପାନୀ କୁ ପ୍ରଦାନ କରି ନାହାନ୍ତି ତାହା ଚାଷୀ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି।ଯାହା ଫଳରେ କି ବୀମା ମିଳିବାରେ ଡେରି ହେଉଥିବା ଜଣାପଡ଼ିଛି।ଗତ ୨୦୨୫ ଖରିଫ ଧାନ ଯାଇ ବର୍ତମାନ ୨୦୨୬ ଖରିଫ୍ ଧାନ ପାଇଁ ଚାଷୀ ବିହନ ପ୍ରସ୍ତୁତ କରିବାରେ ଲାଗିଲଣି। କିନ୍ତୁ ବଡ ଆଶ୍ଚର୍ଯ୍ୟ କଥା ଏହି ରିପୋର୍ଟ କିଏ ଦେବ ଏବଂ କେବେ ଦେବ ତାହା ପରିତାପର ବିଷୟ।କଚଳିତ ଖରିଫ୍ ଧାନ ଚାଷ ରେ ଅଧିକାଂଶ ଚାଷୀ ଏହି ବିମା ଅର୍ଥ ବିନିଯୋଗ କରି ଚାଷ କାର୍ଯ୍ୟ କରିବା ନିମନ୍ତେ ସଂପୂର୍ଣ୍ଣ ଆଶା ରଖିଥିଲେ ମଧ୍ୟ ତାହା ସମ୍ଭବପର ହେଉନଥିବା ରୁ ସେମାନେ ବ୍ୟସ୍ତ ବିବ୍ରତ ହୋଇ ପଡୁଥିବା ଜଣାପଡିଛି।ଆଉ କିଛି ଚାଷୀ ଧାର କରଜ କରି ଚାଷ କରିବାକୁ ବାଧ୍ୟ ହେଉଛନ୍ତି। ନିର୍ଦ୍ଧାରିତ ସମୟରେ ଏହି ବିମା ଅର୍ଥ ନମିଳିବାରୁ ଚାଷୀ ମାନଙ୍କ ପୁଞ୍ଜିଭୂତ ଅସନ୍ତୋଷ ସହିତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ ନିମନ୍ତେ ମସୁଧା ଚାଲିଥିବା ସୂଚନା ମିଳିଅଛି। ଯଥାଶୀଘ୍ର ତଦନ୍ତ ପୂର୍ବକ ପୁରୀ ଜିଲ୍ଲା ପାଳ ପଦକ୍ଷେପ ନେବାକୁ ସିନ୍ମୟୀ ମିଶ୍ର ବ୍ରଜ କିଶୋର ପତି,ମାନସ ରଞ୍ଜନ ଦାଶ ପ୍ରଭୃତି ଶତାଧିକ ଚାଷୀ ଦାବି କରିଛନ୍ତି।ଏ ରିପୋର୍ଟ ଆମେ ଇନୁସୁରାନ୍ସ କମ୍ପାନୀ ଦେବା କଥା ବୋଲି ବ୍ଲକ ବୈଷୟିକ କୃଷି ଅଧିକାରୀ ଶ୍ରୀକାନ୍ତ ବଢେଇ ପ୍ରକାଶ କରିଛନ୍ତି।