logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ମାଲକାନଗିରିରେ ଭାବବିହ୍ୱଳ ପରିବେଶ: ଯୋଜନା ବିଭାଗର ଉପ-ନିର୍ଦ୍ଦେଶକ ଗୋଲକ ଦଳେଇଙ୍କୁ ସମ୍ମାନଜନକ ଅବସରକାଳୀନ ବିଦାୟ*



*ମାଲକାନଗିରି,୧/୬/୨୬:*

ସୁଦୀର୍ଘ ବର୍ଷର ନିରବଚ୍ଛିନ୍ନ ସେବା, କର୍ତ୍ତବ୍ୟପରାୟଣତା ଓ ସାଧୁତାର ଅନ୍ତ୍ୟେଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୌରବମୟ ବିଦାୟ ସଭା ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ଯୋଜନା ବୋର୍ଡର ସୁଦକ୍ଷ ଉପ-ନିର୍ଦ୍ଦେଶକ ଗୋଲକ ଦଳେଇଙ୍କ ଅବସର ଗ୍ରହଣ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଏବଂ ପ୍ରକଳ୍ପ ପ୍ରଶାସକ ହଳଧର ଶବର ପ୍ରମୁଖ ମଞ୍ଚାସୀନ ରହି ଶ୍ରୀ ଦଳେଇଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଶ୍ରୀ ଦଳେଇଙ୍କ ସୁଦୀର୍ଘ ସରକାରୀ ସେବାକାଳର ସ୍ମୃତି ଚାରଣ କରି ଜିଲ୍ଲାପାଳ କହିଥିଲେ, ଜିଲ୍ଲାର ସାମଗ୍ରିକ ବିକାଶ, ଦୁର୍ଗମ ଅଞ୍ଚଳର ପ୍ରଗତି ଏବଂ ସରକାରୀ ଯୋଜନାଗୁଡ଼ିକର ସଠିକ୍ ରୂପାୟନ କ୍ଷେତ୍ରରେ ଶ୍ରୀ ଗୋଲକ ଦଳେଇଙ୍କ ଭୂମିକା ଅତୁଳନୀୟ। ଜଣେ ଧୀର, ସରଳ, ମେଳାପୀ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ସେ ପ୍ରଶାସନ ପାଇଁ ସର୍ବଦା ଏକ ମାର୍ଗଦର୍ଶକ ହୋଇ ରହିବେ। ଚାକିରିରୁ ଅବସର କେବଳ ଏକ ପ୍ରକ୍ରିୟା, ମାତ୍ର ତାଙ୍କର ଅଭିଜ୍ଞତା ଜିଲ୍ଲା ପାଇଁ ସର୍ବଦା ମୂଲ୍ୟବାନ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଏବଂ ତାଙ୍କ ପରିବାରର ସୁସ୍ଥ, ଦୀର୍ଘାୟୁ ଏବଂ ମଙ୍ଗଳମୟ ଅବସର ଜୀବନ କାମନା କରିଛନ୍ତି ଜିଲ୍ଲାପାଳ।ଏହି ସମ୍ବର୍ଦ୍ଧନା ସଭାରେ ମାଲକାନଗିରି ଜିଲ୍ଲାର ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ବିଭାଗୀୟ ମୁଖ୍ୟ, ପ୍ରଶାସନିକ ଅଧିକାରୀ ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ। ଶ୍ରୀ ଦଳେଇଙ୍କ ସହକାରୀ ଓ ସହକର୍ମୀମାନେ ତାଙ୍କର ମାର୍ଗଦର୍ଶନ ଏବଂ ସହଯୋଗପୂର୍ଣ୍ଣ ବ୍ୟବହାରକୁ ମନେପକାଇ ଭାବବିହ୍ୱଳ ହୋଇପଡ଼ିଥିଲେ। ଶେଷରେ ସମସ୍ତ ବିଭାଗ ପକ୍ଷରୁ ତାଙ୍କୁ ସମ୍ମାନର ସହ ବିଦାୟ ଜଣାଯାଇଥିଲା।

11
712 views

Comment