logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରିରେ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୨୦ ଦିନିଆ ଗ୍ରୀଷ୍ମ ଶିକ୍ଷା ଶିବିର, ଜୁନ୍ ୧ ରୁ ଆରମ୍ଭ

ପ୍ରେସ ବିଜ୍ଞପ୍ତି

ମାଲକାନଗିରିରେ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୨୦ ଦିନିଆ ଗ୍ରୀଷ୍ମ ଶିକ୍ଷା ଶିବିର, ଜୁନ୍ ୧ ରୁ ଆରମ୍ଭ

ମାଲକାନଗିରି, ୩୧ ମେ:
ଶିକ୍ଷା ବିଭାଗ ମାସିକ ସମୀକ୍ଷା ବୈଠକରେ ଜିଲ୍ଲାପାଳ ମାଲକାନଗିରିଙ୍କ ଉପଦେଶ ଓ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମାଲକାନଗିରି ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ୨୦ ଦିନିଆ ବିଦ୍ୟାଳୟ ସ୍ତରୀୟ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଆୟୋଜନ କରାଯାଇଅଛି।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜୁନ୍ ୧ ରୁ କୋଡ଼ିଏ ଜୁନ୍ ପର୍ଯ୍ୟନ୍ତ, ଖରାକୁ ଧ୍ୟାନ ରଖି ପ୍ରତ୍ୟେହ ସକାଳ ୭:୦ ରୁ ୯:୦ ଘଣ୍ଟିକା, ଦିନକୁ ୨ ଘଣ୍ଟା ଇଚ୍ଛୁକ ପିଲାଙ୍କୁ ବିଷୟଗତ ଜ୍ଞାନ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଏବଂ ଭାଗୀରଥି ବେହେରାଙ୍କ ସୂଚନା ଅନୁଯାୟୀ ଶିବିରର ଉଦ୍ଦେଶ୍ୟ
ପାଠ୍ୟକ୍ରମରେ ଥିବା ଦୁର୍ବଳତା ଦୂର କରିବା, ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରସ୍ତୁତି, ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ସହ ଗ୍ରୀଷ୍ମ ଅବକାଶକୁ ସୁବିନିଯୋଗ।

ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଯେ କୌଣସି ଛାତ୍ର ଛାତ୍ରୀ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିକଟସ୍ଥ ଉଚ୍ଚ ବିଦ୍ୟାଳୟରେ ଏହାର ଲାଭ ଉଠେଇ ପାରିବେ ଏବଂ ପ୍ରଧାନ ଶିକ୍ଷକଙ୍କ ସହ ଶିକ୍ଷକ ଟାଇମ ଟେବୁଲ କରି ତାଙ୍କୁ ସ୍ମାର୍ଟକ୍ଲାସରେ ପଡେଇବେ। ପ୍ରତି ରବିବାର ଦିନ ନିମନ୍ତ୍ରିତ ଅତିଥିଙ୍କୁ ଡାକି କ୍ୟାରିଅର କାଉଁସେଲିଂ ଦିଆଯିବ
ଜିଲ୍ଲା ବିଜ୍ଞାନ ପରିଦର୍ଶନ ଜଗନ୍ନାଥ ପ୍ରସାଦ ବେହେରାଙ୍କ ସୂଚନା ଅନୁଯାୟୀ ୧ ଓ ୨ ତାରିଖ ଦିନ ଅଭିଭାବକଙ୍କୁ ସୂଚନା ଦିଆଯିବା ସହ ୨୦ ଜୁନରେ ବିଶେଷ ଅଭିଭାବକ ସମ୍ମିଳନୀ କରାଯିବ।
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏହି କାମରେ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । ଏହି ପଦକ୍ଷେପ ମାଲକାନଗିରି ଜିଲ୍ଲାର ଦଶମ ଫଳାଫଳ ଉନ୍ନତିରେ ସହାୟକ ହେବ ବୋଲି ଆଶା କରାଯାଉଛି।

8
982 views

Comment