logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଶ୍ୱ ବ୍ରାହ୍ମଣ ଦିଵସ ପାଳନ।

ବିଶ୍ୱ ବ୍ରାହ୍ମଣ ଦିଵସ ପାଳନ
********************
କେନ୍ଦୁଝର:୦୧/୦୬ (ଖଣ୍ଡାଧାର ନିଉଜ ବ୍ୟୁରୋ) ଆଜି ସୋମବାର ଉତ୍କଳ ବ୍ରାହ୍ମଣ ପୂଜକ ସଂଘ, କେନ୍ଦୁଝର ତରଫରୁ ବିଶ୍ଵ ବ୍ରାହ୍ମଣ ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ସହର ସ୍ଥିତ ପାର୍କ ଲାଇନ ଟେଲିଫୋନ କେନ୍ଦ୍ର ପାର୍ଶ୍ୱ ଶ୍ରୀ ହନୁମାନ ମନ୍ଦିର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରାୟତଃ ଶତାଧିକ ବ୍ରାହ୍ମଣ ପରିବାର ଏକତ୍ର ହୋଇ ପ୍ରଥମେ ଓଁକାର ଧ୍ଵନି ଉଚ୍ଚାରଣ କରିବା ସହିତ ହନୁମାନ ଚାଳିଶା ଓ ପର୍ଶୁରାମ ଚାଳିଶା ପାଠ କରିଥିଲେ, ବିଶ୍ୱର କଲ୍ୟାଣ ଉଦ୍ଦେଶ୍ୟରେ। ସଙ୍ଘର ସଭାପତି ବ୍ରଜ କିଶୋର ମହାପାତ୍ର, ସମ୍ପାଦକ ଶ୍ରକାନ୍ତ କୁମାର ପଣ୍ତା ଓ କୋଷାଧ୍ୟକ୍ଷ ସୁଶାନ୍ତ ପଣ୍ଡା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ସଂଯୋଜକ ଦେବାଶିଷ ପତି, ସହ କୋଷାଧ୍ୟକ୍ଷ ରାକେଶ ମିଶ୍ର ସହଯୋଗ କରିଥିଲେ। ତେଲକୋଇ, ହରିଚନ୍ଦନ ପୁର, ଚମ୍ପୁଆ ଓ ଘଟ ଗାଁ ଅଞ୍ଚଳରୁ ବରିଷ୍ଠ ବ୍ୟକ୍ତି ବେଣୀମାଧବ ଦାଶ ଶର୍ମା, ସନ୍ତୋଷ ରଥ, ଅନିରୁଧ କର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପଦଯାତ୍ରାରେ ଯୋଗ ଦେଇ ମାନନୀୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କ ନିକଟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ମୁଖ୍ଯ ଉଦ୍ଦେଶ୍ଯ ବ୍ରାହ୍ମଣ ବିରୋଧୀ ଆଇନ ଓ ସରକାରଙ୍କର ବୈମାତୃକ ମନୋଭାବ ହଟାଇବା ପାଇଁ ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରିବା ସହିତ ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ପକ୍ଷରୁ ପ୍ରଦାନ କରାଗଲା। ସର୍ବ ଶେଷରେ ଜୟ ପର୍ଶୁରାମ, ଜୟ ବ୍ରାହ୍ମଣ ଦେଵତା ବୋଲି ସ୍ଲୋଗାନ ଦେଇଥିଲେ ଏବଂ ବ୍ରାହ୍ମଣ ସମସ୍ୟା ସମାଧାନ ପାଇଁ ବକ୍ତବ୍ଯ ପ୍ରଦାନ କରିଥଲେ।

19
1058 views

Comment