କବୟିତ୍ରୀ ସସ୍ମିତା ସାହୁ ପାଇଲେ "ସୃଜନଶ୍ରୀ ସମ୍ମାନ"।
କବୟିତ୍ରୀ ସସ୍ମିତା ସାହୁ ପାଇଲେ "ସୃଜନଶ୍ରୀ ସମ୍ମାନ"।
ଘଟଗାଁ , ୧/୬: ( ଖଣ୍ଡାଧାର ନିଉଜ ) ବାଲେଶ୍ଵର ଗାନ୍ଧୀ ସ୍ମୃତି ଭବନରେ ଦୈନିକ ଖବରକାଗଜ ଅପରାହ୍ନ ତରଫରୁ ସାହିତ୍ୟ ପାଇଁ ସମର୍ପିତ କେନ୍ଦୁଝର ଜିଲ୍ଲାର ଡିମ୍ବୋ ଗ୍ରାମର ଯୁବ କବୟିତ୍ରୀ ସସ୍ମିତା ସାହୁ ଙ୍କୁ ସମ୍ମାନିତ କରାଯାଇଛି।
ଗତ ମଇ ୩୦ ଓ ୩୧ ତାରିଖ ଦୁଇଦିନ ଧରି ବାଲେଶ୍ବର ଗାନ୍ଧୀ ସ୍ମୃତି ଭବନରେ ଦୈନିକ ଖବରକାଗଜ ଅପରାହ୍ନ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ବାର୍ଷିକ ସାରସ୍ବତ ସମାରୋହ -୨୦୨୬ ଅବସରରେ କେନ୍ଦୁଝର ଜିଲ୍ଲାର ଡିମ୍ବୋ ଗ୍ରାମର ଯୁବ କବୟିତ୍ରୀ ସସ୍ମିତା ସାହୁଙ୍କୁ ସଭାମଞ୍ଚରେ ଉପସ୍ଥିତ ଥିବା ବଲାଙ୍ଗୀର ଜିଲ୍ଲାର ସୁସାହିତ୍ଯିକ ତଥା ସମୀକ୍ଷକ କଣ୍ଡୁରୀ ଚରଣ ରାଉତ, ଅପରାହ୍ନ ସଂପାଦକ ବଂଶୀଧର ଜେନା ,ଶ୍ରୀଲିପ୍ତା ପ୍ରିଣ୍ଟିଂମିଡିଆର ପରିଚାଳନା ନିର୍ଦ୍ଦେଶିକା ଲକ୍ଷ୍ମୀପ୍ରୀୟା ଦାସ ଆଦି ପ୍ରମୁଖ ଅତିଥି ବୃନ୍ଦ ମାନପତ୍ର, ଉପଢୌକନ ସହ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଯୁବଗୋଷ୍ଠୀଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଆଗ୍ରହ ବଢୁଥିବାରୁ ପ୍ରଶଂସା କରିଥିଲେ।ନିଜ ବାସଗୃହ କୁ ଫେରିବା ବାଟରେ ସଂଯୋଗୀ ସଜଫୁଲ ପରିବାର ତରଫରୁ ସଂପାଦକ ବାବୁଲାଲ ପଲେଇ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ତତ୍ ସହିତ ତାଙ୍କର ଶୁଭେଚ୍ଛୁ , ବନ୍ଧୁମାନଙ୍କ ଭିତରେ ଆନନ୍ଦର ଲହରୀ ଖେଳିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଚାଲିଛନ୍ତି। ଶ୍ରୀମତୀ ସାହୁ ଜଣେ ସୁଗୃହିଣୀ ତଥା ସ୍ବେଚ୍ଛାସେବୀ ସଙ୍ଗଠନ ଆସଫିଆର୍ ରେ ଲେପ ଶିକ୍ଷିକା ରୂପେ କାର୍ଯ୍ୟରତ ଅଛନ୍ତି।
ବାବୁଲାଲ ପଲେଇଙ୍କ ରିପୋର୍ଟ।