logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କବିଜୀବନ ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି ସମ୍ମାନ ପାଇବେ ଡଃ ବିଜୟ ଚନ୍ଦ୍ର ମହାରଣା ଓ ମୁରଲୀଧର ବେହେରା।

କବିଜୀବନ ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି ସମ୍ମାନ ପାଇବେ ଡଃ ବିଜୟ ଚନ୍ଦ୍ର ମହାରଣା ଓ ମୁରଲୀଧର ବେହେରା।

କେନ୍ଦୁଝର,୧/୬ : ( ଖଣ୍ଡାଧାର ନିଉଜ ) ବିଶ୍ବବନ୍ଦିତ ମା ତାରିଣୀଙ୍କ ପବିତ୍ର ପୀଠ ଘଟଗାଁ ନିକଟସ୍ଥ ଓଡ଼ିଆ ଭାଷା ସାହିତ୍ୟର ନବ ଉନ୍ମେଷ ସଂଯୋଗୀ ସାହିତ୍ୟ ସଂସଦ,କୁଣ୍ଡାପିଠା ତରଫରୁ ୨୦୨୬ ମସିହା ପାଇଁ କବିଜୀବନ ନୃସିଂହ ପ୍ରସାଦ ମହାନ୍ତି ସ୍ମୃତି ସମ୍ମାନ ଏବଂ ସମ୍ବର୍ଦ୍ଧନା ପାଇବାକୁ ଯାଉଥିବା ସାରସ୍ବତ ସ୍ରଷ୍ଟା ମାନଙ୍କ ନାମ ଘୋଷଣା କରାଯାଇଛି।
କେନ୍ଦୁଝର ତଥା ରାଜ୍ଯର ଜଣେ ପ୍ରଥିତଯଶା କବି, ସଂଗଠକ,ଶିଶୁ ସାହିତ୍ୟିକ, ନିଋତା କବିତା ପତ୍ରିକା -ଫୁଲ ଓ ଶିଶୁ ସାହିତ୍ୟ ପତ୍ରିକା ଫୁଲ ଚନ୍ଦନ ର ସଂପାଦକ କବିଜୀବନ ନୃସିଂହ ପ୍ରସାଦ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦିଆଯିବାକୁ ଥିବା ସମ୍ମାନ, ରାଜ୍ୟସ୍ତରରେ ପାଇବେ ଗଞ୍ଜାମ ଜିଲାର ଜଣେ ବରିଷ୍ଠ ସୁସାହିତ୍ଯିକ,ସଂଗଠକ ତଥା ଉତ୍କଳିକାର ସଂପାଦକ ଡଃ ବିଜୟ ଚନ୍ଦ୍ର ମହାରଣା , କେନ୍ଦୁଝର ଜିଲ୍ଲାସ୍ତରରେ ଜଣେ ଦକ୍ଷ ସଂଗଠକ , କବି ତଥା ଦୁନ୍ଦୁଭି ସାହିତ୍ୟ ପତ୍ରିକାର ସଂପାଦକ ମୁରଲୀଧର ବେହେରା, ସ୍ରଷ୍ଟା ସ୍ରୋତସ୍ବିନୀ ସମ୍ମାନ ପାଇଁ ବଲାଙ୍ଗୀର ଜିଲ୍ଲାର ଯୁବ ନାଟ୍ୟକାର ହୃଷୀକେଶ ଦାଶ, କେନ୍ଦୁଝର ଜିଲ୍ଲାର ଜଣେ ସଂଗ୍ରାହକ,ପ୍ରକାଶକ, ସଂଗଠକ ତଥା ସଂପାଦକ ଡମ୍ବରୁଧର ମହାନ୍ତ ଓ କବି ସନ୍ତୋଷ କୁମାର ପତି, ସଂଯୋଗୀ ବନ୍ଧୁ ସମ୍ମାନ ପାଇଁ ଯାଜପୁର ଜିଲ୍ଲାର ଜଣେ ଦକ୍ଷ ପ୍ରକାଶିକା ପ୍ରେମଲତା ମହାରଣା ଅନୁଷ୍ଠାନ ତରଫରୁ ମନୋନୀତ ହୋଇଛନ୍ତି। ସେହିପରି ଅନୁଷ୍ଠାନ ପାଇଁ ପ୍ରଯୁକ୍ତି ବିଦ୍ୟାରେ କାର୍ଯ୍ୟରତ ନୟାଗଡ଼ ଜିଲ୍ଲାର ଲିସନ ମହାନ୍ତି, ବାଲେଶ୍ଵର ଜିଲ୍ଲାର ତନ୍ମୟ କୁମାର ସ୍ବାଇଁ, କେନ୍ଦୁଝର ଜିଲ୍ଲାର ପୁଷ୍ପକ କୁମାର ବେହେରା ଓ ଅନୁଗୋଳ ଜିଲ୍ଲାର ଶୁଭେନ୍ଦୁ ବେହେରା ଙ୍କୁ ଆଗାମୀ ଜୁନ ମାସ ୭ ତାରିଖ ଦିନ ଘଟଗାଁ ରେ ଅନୁଷ୍ଠିତ ହେବାକୁ ଯାଉଥିବା ସଂସଦର ବାର୍ଷିକୋତ୍ସବରେ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା କରାଯିବ ବୋଲିି ଅନୁଷ୍ଠାନର ସଂପାଦକ ବାବୁଲାଲ ପଲେଇ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।
ବାବୁଲାଲ ପଲେଇଙ୍କ ରିପୋର୍ଟ।

24
556 views

Comment