logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାମଣ୍ଡା ସେବା ସଂଘ ଦ୍ୱାରା ଝାଡେଶ୍ୱର ମନ୍ଦିର ପରିସର ସଫାଇ

ଦେବଗଡ, ତା ୧.୦୬.୨୦୨୬ ରିଖ:- ଦେବଗଡ ସହରରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣ ଓ ଚାରିପାଖରେ ବାମଣ୍ଡା ସେବା ସଂଘ ଦ୍ୱାରା ଆଜି ପ୍ରାତଃ ୬ଟା ସମୟରୁ ସଫାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ସେବାମୂଳକ କାର୍ଯ୍ୟରେ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟରେ ଅଂଶଗ୍ରହଣ କରିଥିବା ସଦସ୍ୟମାନେ ହେଲେ — ପ୍ରଫୁଲ୍ଲ କୁମାର ନାଏକ, ଦିଲିପ୍ କୁମାର ବେହେରା, ସୁବାସ ମହାନ୍ତି, ଅରୁଣ କୁମାର ନନ୍ଦ, ପ୍ରଶାନ୍ତ କୁମାର ଭୁକ୍ତା, ବିଶ୍ୱ ରଞ୍ଜନ ସାହୁ, ପୁରୁଷୋତ୍ତମ ଅଗ୍ରୱାଲ, ପ୍ରଭାତ କୁମାର ସାହୁ, ଚିତ୍ତରଞ୍ଜନ ନାଏକ, ବିଦେଶୀ ସାହୁ, ଶଙ୍କର ମହାପାତ୍ର, ପ୍ରଜ୍ଞା ପରମିତା ନାଏକ, ଭାଗ୍ୟଶ୍ରୀ ନାଏକ ଓ ସଂଗ୍ରାମ କୁମାର ନାଏକ। ସଂଘର ଏହି ପ୍ରୟାସ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ବଢ଼ାଇବାରେ ସହାୟକ ହୋଇଛି।

7
80 views

Comment