logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଇଂରାଜୀ ପତ୍ରିକା "ଇଟରନିଟି" ର ଲୋକାର୍ପଣ ଓ ସମ୍ବର୍ଦ୍ଧନା ସଭା।

ଇଂରାଜୀ ପତ୍ରିକା "ଇଟରନିଟି" ର ଲୋକାର୍ପଣ ଓ ସମ୍ବର୍ଦ୍ଧନା ସଭା।

ସାହାରପଡା- ୩୧/୦୫( ଖଣ୍ଡାଧାର ନିଉଜ) ଆଧ୍ୟାତ୍ମିକତା, ବିନମ୍ରତା ଓ ଆନ୍ତରିକତା ଭାବରେ ଅନୁରଣିତ ଇଟରନିଟୀ ଆନ୍ତରାଷ୍ଟ୍ରୀୟ ଇଂରାଜୀ ପତ୍ରିକାର ଦ୍ବାଦଶ ସଂଖ୍ୟା ସାହାରପଡା ବ୍ଲକ ଅନ୍ତର୍ଗତ ଗେlଜାପଥର ହାଇସ୍କୁଲର ସଭାଗୃହରେ ଲୋକାର୍ପୀତ ହେlଇ ଯାଇଛି l ଏଥିରେ ଅଧ୍ୟକ୍ଷତା କରି ଏହି ପତ୍ରିକାର ସଂପାଦକ ହରେକୃଷ୍ଣ ମହାନ୍ତ କହିଲେ ଯେ ଆଜିର ବିଶ୍ୱ ଯେବେ ଯୁଦ୍ଧର ଘନଘଟାରେ ବିଷାକ୍ତ ଓ ତ୍ରସ୍ତ, ସେତେବେଳେ ଇଟରନିଟୀ ପତ୍ରିକା ଓ ସଂଗଠନ ଆଜକୁ ଦୁଇ ଦଶନ୍ଧି ଧରି ବିଶ୍ୱ ଶାନ୍ତି ର ଆହ୍ବାନରେ କବି, ଲେଖକ ଓ ଦାର୍ଶନିକମାନଙ୍କୁ ଏକଜୁଟ କରି ଏକ ଆନ୍ଦୋଳନ ସୣଷ୍ଟି କରିଛି l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବର୍ଷୀୟାନ ଲେଖକ ମହେଶ୍ୱର ମହାନ୍ତ ଓ ମୁଖ୍ୟ ବକ୍ତା ଭାବେ କେନ୍ଦୁଝର ଡିଭିଜନର ଅବସରପ୍ରାପ୍ତ ବି. ଏସ୍. ଏନ୍. ଏଲ୍. ଏସ୍. ଡି. ଓ ଉମେଶ ଚନ୍ଦ୍ର ନାୟକ ଯେlଗଦେଇ ଇଟରନିଟୀ ପତ୍ରିକା କେମିତି ବିଶ୍ୱ ର ଏକ ଅଦ୍ବିତୀୟ ଆଧ୍ୟାତ୍ମିକ ସାହିତ୍ୟ ଭାବେ ଚହଳ ସୣଷ୍ଟିକରିଛି ବେlଲି କହିଥିଲେ l ଅନ୍ୟତମ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସ୍କୁଲ ସଭାପତି ବୀରଭଦ୍ର ମହାନ୍ତ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ଦାଶ, ପଣ୍ଡିତ ଗୌରହରି ମହାନ୍ତ, କ୍ଷୀରେlଦ କୁମାର ଆଚାର୍ଯ୍ୟ, ଜ୍ୟୋତିର୍ମୟୀ ମହାନ୍ତ, ମମତା ମଂଜରୀ ମହାନ୍ତ, ଅନାମ ଲେlହାର, ପଦ୍ମାବତୀ ମହାନ୍ତ, କେତକୀ ମହାନ୍ତ, ଗେlମତି ହଁlସଦା, ଜେମାମଣୀ ମୁଣ୍ଡା ଆଦି ଯେlଗଦେଇ ବେଦ, ଉପନିଷଦର ବିଚାରକୁ ପ୍ରତିଧ୍ୱନିତ କରୁଥିବା ଇଟରନିଟୀ ପତ୍ରିକା ଏବେର ମେlବାଇଲମନସ୍କ ଛାତ୍ର ଛାତ୍ରୀମାନଂକୁ ଶ୍ରୂଙ୍ଖଳିତ କରି ଉଚିତ ମାର୍ଗ ଦର୍ଶାଇ ପାରିବ ବେlଲି ମତ ଦେଇଥିଲେ l ଶେଷରେ ତୁରମୁଙ୍ଗା ଓ ତାଟେl ହାଇସ୍କୁଲ ର ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଚନ୍ଦ୍ରମେlହନ ମହାନ୍ତଙ୍କୁ ଇଟରନିଟୀ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇ ଥିଲା l

13
1010 views

Comment