ମହାଦେଈଯୋଡ଼ାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବିସ୍ତାର ଓ ନୂତନ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମ।
ମହାଦେଈଯୋଡ଼ାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବିସ୍ତାର ଓ ନୂତନ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମ।
କେନ୍ଦୁଝର,ତା୩୧/୦୫- ଆମ୍ ଆଦମୀ ପାର୍ଟି କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀ ପ୍ରେମାନନ୍ଦ ସିଂହଙ୍କ ନେତୃତ୍ୱରେ ସଦର ବ୍ଲକର ୫ ନମ୍ବର ଜୋନ ଅନ୍ତର୍ଗତ ମହାଦେଈଯୋଡ଼ା ମାର୍କେଟ କମ୍ପ୍ଲେକ୍ସଠାରେ ସାଂଗଠାନିକ ବିସ୍ତାର ଏବଂ ନୂତନ ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମ ସଫଳତାର ସହ ପରିଚାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ସୁଧୀର କୁମାର ମହାନ୍ତ, ଶ୍ରୀ ସନ୍ତୋଷ କୁମାର ବାରିକ, ଶ୍ରୀ ଦୀପୁ ମହାନ୍ତ ଏବଂ ଯୁବ ସଂଯୋଜକ ଶ୍ରୀ କମଳ ଲୋଚନ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସମୟରେ ବଜାର ଅଞ୍ଚଳର ବ୍ୟବସାୟୀ, ପଥଚାରୀ ଏବଂ ସାଧାରଣ ଜନତାଙ୍କୁ ଆମ୍ ଆଦମୀ ପାର୍ଟିର ଲକ୍ଷ୍ୟ, ଆଦର୍ଶ ଓ ଜନକଲ୍ୟାଣମୂଳକ ନୀତି ସମ୍ପର୍କରେ ଅବଗତ କରାଯାଇଥିଲା। କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଦଳରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା।
ବକ୍ତାମାନେ କହିଥିଲେ ଯେ, ଆଗାମୀ ଦିନରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି ଓ ରୋଜଗାର ଭଳି ମୌଳିକ ପ୍ରସଙ୍ଗକୁ ନେଇ ରାଜନୀତି କରି ଏକ ସୁସ୍ଥ, ସ୍ୱଚ୍ଛ ଓ ନିରପେକ୍ଷ କେନ୍ଦୁଝର ଗଠନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରତିବଦ୍ଧ। ଦଳରେ ଯୋଗଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ଜିଲ୍ଲାର WhatsApp ନମ୍ବର 7846887901 କିମ୍ବା ମିସ୍ କଲ୍ ନମ୍ବର 9938710101ରେ ସମ୍ପର୍କ କରି ନିଜ ନାମ ପଞ୍ଜୀକରଣ କରିବା ପାଇଁ ଅନୁରୋଧ କରାଯାଇଛି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।