logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ' ପାଳିତ।

କେନ୍ଦୁଝର, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ବିଶ୍ୱ ତମାଖୁ ବର୍ଜନ ଦିବସ' ପାଳିତ।

କେନ୍ଦୁଝର,ତା ୩୧/୦୫- ଆଜି ମେ ମାସ ୩୧ ତାରିଖ ଦିନ ସମଗ୍ର ବିଶ୍ୱରେ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। କେନ୍ଦୁଝର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଥିଲାଗି ଜନସାଧାରଣରେ ତମାଖୁ ବର୍ଜନ ସମ୍ବନ୍ଧରେ ସଚେତନତା ଲାଗି ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥଲା। ଏହି କାର୍ଯ୍ୟକ୍ରମକୁ କେନ୍ଦୁଝର ଅବକାରୀ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ଶ୍ରୀ ଅଭିରାମ ବେହେରା, ଟାଉନ ଥାନା ସବ ଇନ୍ସପେକ୍ଟର ଶ୍ରୀ ଗୌରାଙ୍ଗ ବେହେରା ଓ କେନ୍ଦୁଝର ବ୍ରହ୍ମାକୁମାରିଜ ପରିଚାଳିକା ବିନ୍ଦୁ ଭଉଣୀ ମିଳିତ ଭାବେ ପତାକା ଦେଖାଇ ଉଦଘାଟନ କରିଥିଲେ। ସଚେତନତାମୂଳକ ସ୍ଲୋଗାନ ଓ ପ୍ରଚାର ପତ୍ର ମାଧ୍ୟମରେ ରାସ୍ତାରେ ପଥଚାରୀ ଓ ସାଧାରଣ ଲୋକଙ୍କୁ ତମାଖୁ ବର୍ଜନ ଉପରେ ସଚେତନ କରାଯାଇଥିଲା। ଏହି ଶୋଭାଯାତ୍ରା ସାମନ୍ତରାୟପୁର ଶାସନସ୍ଥିତ ଶାନ୍ତି ସରୋବର ପରିସରରୁ ବାହାରି ଚର୍ଚ୍ଚ ଛକ, ଜେଲ ସାମ୍ନା, ଧରଣୀଧର ଛକ, ଗାନ୍ଧୀ ଛକ, ବଜାର, କଲେକ୍ଟୋରେଟ ସାମ୍ନା ଦେଇ ଥାନା ଛକ, ଟେଲିଫୋନ ଏକ୍ସଚେଞ୍ଜ ଦେଇ ପୁଣି ସେବାକେନ୍ଦ୍ରରେ ପହଞ୍ଚି ଥିଲା। ଏହି ଶୋଭାଯାତ୍ରାରେ ଶତାଧିକ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ଭାଇଭଉଣୀ ଯୋଗ ଦେଇଥିଲେ। ସନ୍ଧ୍ୟା ସମୟରେ ସେହିପରି ପୁରୁଣାବଜାର ସ୍ଥିତ ସୁଖ ଶାନ୍ତି ସରୋବର ପରିସରରେ ‘ବିଶ୍ୱ ତମାଖୁ ବର୍ଜନ ଦିବସ' ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

9
983 views

Comment