logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସୋମନାଥ ସାର୍ଙ୍କ ପରଲୋକ!

ସୋମନାଥ ସାର୍‌ଙ୍କ ପରଲୋକ!

କେନ୍ଦୁଝର,ତା୩୧/୦୫- ଘଟଗାଁ ବ୍ଲକ ତରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ବେହେରା (ପାଣୁଆ ସାର୍)ଙ୍କ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସତ ହେଉଥିଲେ। ଗତ ୨୯ ତାରିଖ ଦିନ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା ଓ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଜଣେ ଛାତ୍ର ବତ୍ସଳ ଶିକ୍ଷକ, ପରୋପକାରୀ, ଶୈବ ଭକ୍ତ ଭାବେ ସେ ବେଶ ପରିଚିତ ଥିଲେ। ତାଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ଠାରେ କରାଯାଇଥିଲା। ଅନ୍ତିମ ସଂସ୍କାର ସମୟରେ ପୁଅ ଅଜିତ ବେହେରା, ଅସିତ୍ ବେହେରା, ଅଶ୍ଵିନୀ ବେହେରାଙ୍କ ସମେତ ପୁତୁରା ଅବନୀ, ଅଟଳ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

6
530 views

Comment