କେନ୍ଦୁଝର ସଦର ବ୍ଲକ କଂଗ୍ରେସ କମିଟି ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
କେନ୍ଦୁଝର ସଦର ବ୍ଲକ କଂଗ୍ରେସ କମିଟି ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
କେନ୍ଦୁଝର:୩୧/୦୫ (ଖଣ୍ଡାଧାର ନିଉଜ) କେନ୍ଦୁଝର ସଦର ବ୍ଲକ ପଦ୍ମପୁର ମେହେଶ୍ୱର ଆଇଟିଆଇ ରେ ବ୍ଲକ କଂଗ୍ରେସ ତରଫରୁ ଏକ ସମ୍ବୋର୍ଧନ ଶୋଭା ହୋଇ ଯାଇଛି, ଏହି ସଭା ସଦର ବ୍ଲକ ସଭାପତି ଉତ୍ତମ କୁମାର ସାହୁ ଙ୍କ ନେତୃତରେ ହୋଇଥିଲା, ଏଠାରେ ନୂତନ ଭାବେ ବ୍ଲକ କମିଟି ଗଠନ କରାଯାଇଥିଲା, ସମସ୍ତଙ୍କୁ ଆଜି ସଭାରେ କିପରି ଆଗାମୀ ଦିନ ଗୁଡିକରେ କଂଗ୍ରେସ ପାଇଁ କାମ କରିବେ, ତୃଣମୂଳ ସ୍ତରରେ ଲୋକଙ୍କୁ ପାଖରେ ପହଂଚି, ବିଜେପି ସରକାରଙ୍କ ଅପାରଙ୍ଗମ କଥା କୁ ଲୋକଙ୍କ ପାଖରେ ପହଞ୍ଚାଇବେ ତାହା ମୂଳମନ୍ତ୍ର ରହିବ ବୋଲି ବ୍ଲକ ସଭାପତି କହିଥିଲେ। ଏଥିରେ ରାଜ୍ୟ ଆଦିବାସୀ ଅଧ୍ୟକ୍ଷ ଯଶୋବନ୍ତ ସିଂହ ଲାଗୁରି, ଜିଲ୍ଲା ସାଧାରଣ ସମ୍ପାଦକ ସୁଢଳ କୁମାର ସେଠୀ, ପୂର୍ଣ୍ଣ ଦାସ,
ରବୀନ୍ଦ୍ର ମହାନ୍ତ, ବିକ୍ରମ ବେହେରା, ଗଣନାଥ ପାତ୍ର, ଆରତ ଦାସ, ଲମ୍ବୋଦର ବେହେରା, ଦିଲ୍ଲୀପ ପରିଡା, ପ୍ରଫୁଲ୍ଲ ଜେନା, ପ୍ରଦୀପ ବେହେରା, ପରମା ମହାନ୍ତ, ଶେଷ ଦେବ ସାହୁ, ଅନିରୁଦ୍ଧ ଦେହୁରୀ, ପବିତ୍ର ପାତ୍ର, ବୟ ମୁଣ୍ଡା, ବୈଲୋଚନ ଦେହୁରୀ ପ୍ରଭୁତି ଉପସ୍ଥିତ ରହିଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।