ମୁରୁସୁଆଁ ରେ ଚାରି ଦେହୁରୀଆ ପୀଢ଼ ଭୂୟାଁ ସମାଜ ର ସାଧାରଣ ସଭା।
ମୁରୁସୁଆଁ ରେ ଚାରି ଦେହୁରୀଆ ପୀଢ଼ ଭୂୟାଁ ସମାଜ ର ସାଧାରଣ ସଭା।
ଚମ୍ପୁଆ /ଝୁମ୍ପୁରା -୩୧/୦୫(ଖଣ୍ଡାଧାର ନିଉଜ) ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ବାଲିବନ୍ଧ ପଞ୍ଚାୟତ ଅନ୍ତର୍ଗତ ମୁରୁସୁଆଁ ଗ୍ରାମ ଉପରସାହି ଆମ୍ବ ତୋଟା (ଶିବ ମନ୍ଦିର) ପରିସରରେ ଚାରିପୀଢ଼ ଭୂୟାଁ ମହା ସମାଜ, ବନେଇକଳା, ଯୋଡ଼ା ଓ ଚାରି ଦେଉରିଆ ପୀଢ଼ ଭୂୟାଁ ସମାଜ ର ସାଧାରଣ ସଭା ଓ ସମର୍ଦ୍ଧନା ସମାରୋହ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଚାରିପୀଢ଼ ଭୂୟାଁ ମହା ସମାଜ ସଭାପତି ତଥା ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଟାନସପୋର୍ଟ କମିଶନର ଯୁଧିଷ୍ଠିର ନାଏକ, ମୁଖ୍ୟବକ୍ତା ଭାବେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଚାରିପୀଢ଼ ଭୂୟାଁ ସମାଜ ର ସମ୍ପାଦକ ମଧୁସୂଦନ ନାଏକ, ଚାରି ଦେଉରିଆ ଭୂୟାଁ ସମାଜ ସମ୍ପାଦକ ପଦ୍ମଲୋଚନ ନାଏକ ପ୍ରମୁଖ ଯୋଗ ଦେଇ ଭୂୟାଁ ସମାଜ ର ଶିକ୍ଷା, ସଂସ୍କୃତି ଓ ସଂସ୍କାର, ସ୍ଵlସ୍ଥ୍ୟ ସେବାରେ ଉର୍ନତି ପାଇଁ ଦିଗଦର୍ଶନ ଦେଇ ସମାଜ ରୁ ନିଶା କୁ ସମ୍ପୂର୍ଣ ହଟାଇ ସୁସ୍ଥ ସମାଜ ଗଠନରେ ସମସ୍ତେ ଆଗେଇ ଆସିବାକୁ ବକ୍ତବ୍ୟ ରଖିଥିଲେ ଏବଂ ବିପ୍ଲବୀ ଧରଣୀଧର ଙ୍କ ଆଦର୍ଶରେ ପିଲା ମାନଙ୍କୁ ଅନୁସରଣ କରିବାକୁ ଆଚରଣ, ଉଚ୍ଚାରଣରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ l
କାର୍ଯ୍ୟକ୍ରମକୁ ଗୁମୁରା ସରପଞ୍ଚ ତପନ କୁମାର ନାଏକ ଓ ପ୍ରତାପ ନାଏକ ମଞ୍ଚ ପରିଚାଳନା ସହିତ ସଂଯୋଜନା କରିଥିଲେ l ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ଦେହୁରୀ, ଶୁକଦେବ ନାଏକ, ଅବସରପ୍ରାପ୍ତ ଶିକ୍ଷକ ପଦ୍ମଲୋଚନ ନାଏକ, ପୂର୍ବତନ ସରପଞ୍ଚ ଶାନ୍ତିଲତା ନାଏକ, ଧରଣୀଧର ବିଶ୍ୱ ବିଦ୍ୟାଳୟ ଛାତ୍ରୀ ଵିନତୀ ନାଏକ, ସମାଜସେବୀ ତ୍ରୀବିକ୍ରମ ନାଏକ, ଅବସରପ୍ରାପ୍ତ ବି ଇ ଓ ଗୋପୀନାଥ ନାଏକ, ଲେଖକ, ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ, ଚନ୍ଦ୍ରମୋହନ ନାଏକ ପ୍ରମୁଖ ବକ୍ତବ୍ୟ ରଖି ଦିଗଦର୍ଶନ ଦେଇଥିଲେ l ପ୍ରଥମେ ଅତିଥି ମାନଙ୍କୁ ଗ୍ରାମ ଛକରୁ ପାରମ୍ପlରିକ ରୀତିନୀତିରେ
ମହିଳାମାନେ ସ୍ଵlଗତ, ସମର୍ଦ୍ଧନା କରି ପାଛୋଟି ଆଣିବା ପରେ ଭୂୟାଁ ସମାଜ ର ପତାକାକୁ ଉତୋଳନ କରାଯାଇଥିଲା l
ଅତିଥିମାନେ ମଞ୍ଚାସୀନ ହେବାପରେ କେନ୍ଦୁଝର ର ରାଷ୍ଟ୍ରଦେବୀ ମା 'ତାରିଣୀ ଓ ବିପ୍ଲବୀ ଧରଣୀଧର ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ, ଧୂପ, ପ୍ରଦୀପ ପ୍ରଯ୍ୟଳନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l ଏହି ଅବସରରେ ଭୂୟାଁ ସମାଜର ବିଭିନ୍ନ ପୀଢ଼ ରୁ ଆସିଥିବା ବିଶିଷ୍ଟ ବ୍ୟକ୍ତି, ସଂଗଠକ ମାନଙ୍କୁ ଅତିଥିମାନେ ସମର୍ଦ୍ଧିତ କରିଥିବା ବେଳେ ବିପ୍ଲବୀ ଧରଣୀଧର ଙ୍କ ଜୀବନାଦର୍ଶ କୁ ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ନେଇଥିବା ଲେଖକ, ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ ଙ୍କୁ ଅତିଥିମାନେ ସ୍ଵତନ୍ତ୍ର ଭାବେ ସମ୍ମାନିତ କରି ସମର୍ଦ୍ଧିତ କରିଥିଲେ l ସଭାରେ ଗ୍ରାମ ତଥା ଅଞ୍ଚଳରୁ ସହସ୍ରାଧିକ ପୁରୁଷ ମହିଳା, ଛାତ୍ର, ଯୁବ ସମାଜ ଯୋଗ ଦେଇଥିବା ବେଳେ ଚାରି ଦେଉରିଆ ପୀଢ଼ ଭୂୟାଁ ସମାଜ ସଭାପତି ବଳରାମ ନାଏକ, ସମ୍ପାଦକ ପଦ୍ମଲୋଚନ ନାଏକ ଓ ସଦସ୍ୟମାନଙ୍କ ସହଯୋଗୀତା ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l