logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସି ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ପାଇଁ କେନ୍ଦୁଝର ଦଳର ସୁନ୍ଦରଗଡ଼ ଯାତ୍ରା।

ସି ଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା ପାଇଁ କେନ୍ଦୁଝର ଦଳର ସୁନ୍ଦରଗଡ଼ ଯାତ୍ରା।

କେନ୍ଦୁଝର - ୩୧/୦୫(ଖଣ୍ଡାଧାର ନିଉଜ) ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଆସନ୍ତାକାଲି ଠାରୁ ସୁନ୍ଦରଗଡ଼ ଠାରେ ଅନୁଷ୍ଠିତ ହେବାକୁଥିବା ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବିଭାଗ ସି ଏମ ଟ୍ରଫି ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତା ପାଇଁ ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଦଳ ସୁନ୍ଦରଗଡ଼ ଯାତ୍ରା କରିଥିବାର ଜଣାଯାଇଛି l
ଅଙ୍କିତ ବେହେରାଙ୍କ ନେତୃତ୍ୱରେ ୨୦ ଜଣିଆ କେନ୍ଦୁଝର ବାଳକ ବିଭାଗରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳୀ ମାନେ ହେଲେ ଆୟୁଷ ମହାକୁଢ଼, ଗୁମନ ଭୁଞ୍ଜି, ସୁବ୍ରତ ବେହେରା, କିଷାନ ସିଦୁ, ଆଶିଷ ନାଏକ, ରୋଶନ ନାଏକ, ସିଦୁ ମୁଣ୍ଡା, ଟିକେଶ୍ୱର ଗୋପ, ରୋଶନ ନାଏକ, ଓମପ୍ରକାଶ ମୁଣ୍ଡା, ଓମପ୍ରକାଶ ମାଝୀ, ଶୁଭମ ପ୍ରଧାନ, ମନୋଜ ଗାଗରାଇ, ସନିଆ ମୁଣ୍ଡା, କ୍ରିଷ୍ଣା ମୁଣ୍ଡା, ଡାକ୍ତର ମୁଣ୍ଡା, କ୍ରିଷ୍ଣା ମୁଣ୍ଡା, ପିଣ୍ଟୁ ନାଏକ ଏବଂ ଆକାଶ ଓଡିୟା l ଦଳ ସହ ମ୍ୟାନେଜର ଭାବେ ଜିନ୍ଦଲ ଫାଉଣ୍ଡେସନର ସୀତାରାମ ମୁଣ୍ଡା ଏବଂ କୋଚ ଭାବେ ଶଙ୍ଖ ମାରାଣ୍ଡି ଦଳ ସହ ଯାତ୍ରା କରିଛନ୍ତି l
ସେହିପରି ପୂଜା ଓରାମଙ୍କ ନେତୃତ୍ୱରେ ୨୦ ଜଣିଆ କେନ୍ଦୁଝର ଜିଲ୍ଲା ବାଳିକା ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳି ମାନେ ହେଲେ ଅନନ୍ୟା ଟୋପ୍ନ, ଇତିଶ୍ରୀ ନାଏକ, ପୂର୍ଣ୍ଣିମା ଲୋହାର, ସ୍ୱପ୍ନା ଭୂୟାଁ, ସୋନାଲି ଓରାମ, ସୁବର୍ଣ୍ଣିକା ଚମ୍ପିୟା, ଆୟୁଷ୍କା ମାଝୀ, ନିହାରିକା ମୁଣ୍ଡା, ଗୀତା ମୁଣ୍ଡା, ଶୀତଲ ମୁଣ୍ଡା, ପାର୍ବତୀ ମୁଣ୍ଡା, ସୁପ୍ରିୟା ମହାନ୍ତ, ଶ୍ରାବଣୀ ମହାନ୍ତ, ନିହାରିକା ମହାକୁଢ଼, ପ୍ରୀତି ମୁଣ୍ଡା, ଅର୍ଚ୍ଚିତା ବେହେରା, ସୋନାଲି ମହାନ୍ତ ଏବଂ ସଜନୀ ଲୋହାର l ଦଳ ସହ ମ୍ୟାନେଜର ଭାବେ ବଳରାମ ସିଦୁ ଓ କୋଚ ଭାବେ ଟାଟା ଷ୍ଟିଲ ଫାଉଣ୍ଡେସନର ରାନୀ କଲା ଦଳ ସହ ଯାତ୍ରା କରିଛନ୍ତି l କେନ୍ଦୁଝର ଦଳ ଆସନ୍ତାକାଲି ସକାଳେ ଉଦଘାଟନୀ ଖେଳରେ ସୁନ୍ଦରଗଡ଼ ଷ୍ଟାଡିୟମ ଠାରେ ବାଲେଶ୍ୱର ଜିଲ୍ଲାକୁ ଭେଟିବ ବୋଲି କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଠାରୁ ପ୍ରକାଶ l

9
885 views

Comment