logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହରିଣ ମାଂସ ଜବତ ୪ ଗିରଫ।

ହରିଣ ମାଂସ ଜବତ ୪ ଗିରଫ।

ପାଟଣା :୩୧/୦୫, ପାଟଣା ବନାଞ୍ଚଳ ଅନ୍ତର୍ଗତ ବଣମହୁଲଡିହା ଗ୍ରାମ ର ଦଲକି ସାହି ର ଲକ୍ଷ୍ମଣ ମାଝୀ ଘର ପାଖରେ ଏକ ହରିଣ କୁ ମାରି କଟାଯାଉଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା। ଖବର ପାଇବା ମାତ୍ରେ ପାଟଣା ବନ ପାଳ ବନ ବିହାରୀ ସର୍ଦ୍ଧାର ଏକ ଟିମ ଧରି ଘଟଣା ସ୍ଥଳ ରେ ପହଞ୍ଚି ସେଠାରେ ଏକ ବଡ ହରିଣ କୁ ମାରି କଟା ଚାଲିଥିବା ଦେଖିବାକୁ ମିଳିଥିଲା।ଘଟଣା ସ୍ଥଳ ରୁ ସମସ୍ତେ ଦଉଡିବାକୁ ଚେଷ୍ଟା କରୁଥିବା ସମୟରେ ୪ ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ।ଏବଂ ତାଙ୍କ ପାଖରୁ ହରିଣ ର କଟା ମୁଣ୍ଡ, ୪ ଗୋଟିଖୁରା ଲଗା ଗୋଡ, ୩ ଗୋଟି ଧନୁ, ୧୦ ଗୋଟି ତୀର, ୧ ଗୋଟା କୁରାଢ଼ୀ ୧ଗୋଟା ଵାଲା, ୩ ଗୋଟି ପ୍ଲାଷ୍ଟିକ ବ୍ୟାଗ, ୧ଗୋଟି ତରାଜୁ ଇତ୍ୟାଦି କୁ ଜବଦ କରିବା ପରେ ଜବଦ ଜିନିଷ ସହିତ ୪ଜଣ ଆସାମୀ ଲକ୍ଷ୍ମଣ ମାଝୀ, ପିତା :-କୀର୍ତ୍ତନ ମାଝୀ ଘର - ବଣମହୁଲଡିହା( ଦଲକି ସାହି ) ପୋଷ୍ଟ - ଡୁମୁରିଆ, ଥାନା - ଘଟଗାଁ, ଜିଲ୍ଲା - କେନ୍ଦୁଝର
ଯଦୁମଣି ମାଝୀ ପିତା :-କୀର୍ତ୍ତନ ମାଝୀ ଘର - ବଣମହୁଲଡିହା( ଦଲକି ସାହି ) ପୋଷ୍ଟ - ଡୁମୁରିଆ, ଥାନା - ଘଟଗାଁ, ଜିଲ୍ଲା - କେନ୍ଦୁଝର
ଗୋପାଳ ମାଝୀ ପିତା - ନାରଣ ମାଝୀ ଘର - ବେଣ୍ଟକାରପଡା ପୋଷ୍ଟ - ଠାକୁରମୁଣ୍ଡା ଥାନା - ଠାକୁରମୁଣ୍ଡା ଜିଲ୍ଲା - ମୟୂରଭଞ୍ଜ
ସାନକରଣ ମାଝୀ ପିତା - ବିକ୍ରମ ହାଁସଦାଘର - ବେଣ୍ଟକାରପଡା ପୋଷ୍ଟ - ଠାକୁରମୁଣ୍ଡା ଥାନା - ଠାକୁରମୁଣ୍ଡା ଜିଲ୍ଲା - ମୟୂରଭଞ୍ଜ ଙ୍କୁ ଗିରଫ କରାଯାଇ ବନପାଳ କାର୍ଯ୍ୟାଳୟ କୁ ଅଣାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ସର୍ଦ୍ଧାର ସୂଚନା ଦେଇଛନ୍ତି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

4
416 views

Comment