logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା।

ପ୍ରଧାନ ଶିକ୍ଷକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା।

ପାଟଣା-୩୧/୦୫, ପାଟଣା ବ୍ଲକ ଅନ୍ତର୍ଗତ ବେଗୁନାଖମଣ ପ୍ରଥମିକବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ମହନ୍ତଙ୍କୁ ଆଜି ବିଦ୍ୟାଳୟ ପରିସରରେ ଅବସର କାଳୀନ ବିଦାୟ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀ,ମୁଖ୍ୟବକ୍ତା ଭାବେ କେନ୍ଦୁଝର ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସଂପାଦକ କମଳାକାନ୍ତ ପତି, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାତ,ତିଳୋତ୍ତମା ବେହେରା,ପ୍ରମୋଦ କୁମାର ମହାନ୍ତ, ଭବାନୀ ଶଙ୍କର ମହାନ୍ତ,କ୍ଲଷ୍ଟର ସଂଯୋଜକ ଶୈଳ ମହାନ୍ତ, ସମାଜସେବୀ ବିଦ୍ୟାଧର ମହାନ୍ତ , କୁଡ଼ୁମି ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ,ଶିକ୍ଷକ ସହଦେବ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ।ଅବସର ପ୍ରାପ୍ତ ଶ୍ରୀ ମହନ୍ତଙ୍କ ଶିକ୍ଷକତା ଜୀବନୀ ଉପରେ ଆଲୋକପାତ କରିଥିଲେ।ସେ ଜଣେ କର୍ତ୍ତବ୍ୟ ନିଷ୍ଠ ଓ ଆଦର୍ଶ ଶିକ୍ଷକ ଭାବେ ଖ୍ୟାତି ଲାଭ କରିଥିଲେ ବୋଲି ସଭାରେ ମୁଖ୍ୟଅତିଥି ଓ ବକ୍ତା ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ସଭା ଶେଷରେ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରା ଯାଇଥିଲା।କାର୍ଯ୍ୟକ୍ରମ କୁ କୁନାଲ କୁମାର ପଣ୍ଡା ଓ ପାର୍ଥସାରଥୀ ବେଜ୍ ପରିଚାଳନା କରିଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

4
734 views

Comment