logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ର ବରିଷ୍ଠ ସହାୟକଙ୍କୁ ଅବସର ସମ୍ବର୍ଦ୍ଧନା।

ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ର ବରିଷ୍ଠ ସହାୟକଙ୍କୁ ଅବସର ସମ୍ବର୍ଦ୍ଧନା।

ଘଷିପୁରା ୩୧/୦୫ ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ସ୍ଥିତ ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଅବସର ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ସୁଦକ୍ଷ ବରିଷ୍ଠ ସହାୟକ ଭାବେ ଦୀର୍ଘ ବର୍ଷ ଧରି ନିଷ୍ଠା, ସଚ୍ଚୋଟତା ଏବଂ ପରିଶ୍ରମର ସହ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ଅକ୍ଷୟ କୁମାର ଭଞ୍ଜଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ର ପୂର୍ବତନ ବିଇଓ ଶରତ କୁମାର ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଡିପିଓ ରାମଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଓଷ୍ଟା ସଂଘ ସମ୍ପାଦକ ରଞ୍ଜନ ଘଡେ଼ଇ, ସ୍ୱତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସତ୍ୟନାରାୟଣ ମହାନ୍ତ, ଶାନ୍ତନୁ ମିଶ୍ର, ମନ୍ମଥ ମହାନ୍ତ, ମୃତ୍ୟୁଞ୍ଜୟ ପଳେଇ, ସମ୍ମାନିତ ଅତିଥି ଭାବେ ସୁଧାକର ପଣ୍ଡା , କାହ୍ନୁ ଚରଣ ସାମଲ, ଜୟଦେବ ସାହୁ,ରକ୍ଷାକର ଦାସ, ରବିନାରାୟଣ ମିଶ୍ର, ଚିନ୍ତାମଣି ପଣ୍ଡା ଯୋଗଦାନ ସୁଦୀର୍ଘ କର୍ମମୟ ଜୀବନ ରେ ସରକାରୀ କାର୍ଯ୍ୟର ଜଟିଳତା ମଧ୍ୟରେ ସେ ସର୍ବଦା ନିଜର ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ସହିତ ସହକର୍ମୀମାନଙ୍କୁ ଯେଉଁ ଅମୂଲ୍ୟ ସହଯୋଗ ପ୍ରଦାନ କରିଛନ୍ତି, ତାହା ଅବିସ୍ମରଣୀୟ। ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକୁ ଆଗେଇ ନେବାରେ ତାଙ୍କର ଅବଦାନ ଅତୁଳନୀୟ ହେବା ସହ ଆମେ ତାଙ୍କୁ କେବଳ ବିଦାୟ ଦେଉନାହୁଁ, ବରଂ ତାଙ୍କର କଠିନ ପରିଶ୍ରମ ଓ ସଫଳ କାର୍ଯ୍ୟକୁ ସମ୍ବର୍ଦ୍ଧିତ କରୁଛୁ। ଆମେ ସମସ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ, ଆଗାମୀ ଦିନରେ ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ ଏବଂ ସେ ଏକ ସୁଖମୟ ଓ ଶାନ୍ତିପୂର୍ଣ୍ଣ ଅବସର ଜୀବନ ଅତିବାହିତ କରିବାକୁ ନିଜ ଅଭିଭାଷଣରେ ଅତିଥି ମାନେ ମତପୋଷଣ କରିଥିଲେ। ଏହି ଅବସରରେ ପୁଷ୍ପଗୁଚ୍ଛ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ମାନପତ୍ର ପଠନ ଧର୍ମାଦୀ ସାହୁ, ଧନ୍ୟବାଦ ଅର୍ପଣ କଳ୍ପତରୁ ନାଥ,ମଞ୍ଚ ପରିଚାଳନା ମୃଣ୍ମୟୀ ପାତ୍ର କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।

20
757 views

Comment