ଚିକିଟି: ଶ୍ରୀ ତ୍ରିମ୍ୱକେଶ୍ୱରାୟ ମନ୍ଦିର ନିର୍ମାଣ ପାଇଁ ସହଯୋଗ ଆହ୍ୱାନ
ଚିକିଟି: ଚିକିଟି ବ୍ଲକର ସିନ୍ଦୁରପୁର ଏବଂ ବଟପଲ୍ଲୀ ଗ୍ରାମ ମଧ୍ୟରେ ଶ୍ରୀ ତ୍ରିମ୍ୱକେଶ୍ୱରାୟ ମହାଦେବ, ମା' ଦକ୍ଷିଣ କାଳୀ ଏବଂ ଶ୍ରୀ ବରାହ ଲକ୍ଷ୍ମୀ ନୃସିଂହଙ୍କର ଏକ ଭବ୍ୟ ମନ୍ଦିର ନିର୍ମାଣ କାମ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ପବିତ୍ର ପୀଠ ଆଧ୍ୟାତ୍ମିକ ଚେତନା, ଭକ୍ତି ଓ ଶାନ୍ତିର କେନ୍ଦ୍ରବିନ୍ଦୁ ହେବ।
ପଣ୍ଡିତ ରଞ୍ଜନ କୁମାର ଦାସ ଶର୍ମା ମୁଖ୍ୟ ପରିଚାଳକ ଭାବେ ମନ୍ଦିର ନିର୍ମାଣ କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତଙ୍କର ଆର୍ଥିକ ସାହାଯ୍ୟ ଓ ସହଯୋଗ ଆବଶ୍ୟକ ବୋଲି ଅନୁରୋଧ କରିଛନ୍ତି। ଏହି ନିବେଦନରେ ଅର୍ଥ, ଇଟା, ସିମେଣ୍ଟ, ବାଲି, ରଡ୍ ଓ ପଥର ଦାନ କରିବାକୁ ଅନୁରୋଧ କରାଯାଇଛି। ଯୋଗାଯୋଗ ସଂଖ୍ୟା 7894035020 ଦିଆଯାଇଛି।