କଳାହାଣ୍ଡି: ଆଟି ଗାଁ ରାସ୍ତା ବିପର୍ଯ୍ୟସ୍ତ ହେବାରୁ ଶିଘ୍ର ମରାମତି ପାଇଁ ଦାବୀ।
କଳାହାଣ୍ଡି: ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ କୁ ସଂଯୋଗ କରୁଥିବା ଆଟି ଗାଁ ରୁ ଦଶପୂର୍ ରାସ୍ତା ବିପର୍ଯ୍ୟସ୍ତ ହୋଇଛି। ବାଲି ମାଫିଆଙ୍କର କାର୍ଯ୍ୟରେ ପୋଲ ଉଭୟ ପାର୍ଶ୍ୱର ରାସ୍ତା ସମ୍ପୂର୍ଣ୍ଣ ଭାବରେ ଖରାପ ହୋଇଯାଇଛି, ଯାହା ଦୁଇଟି ବ୍ଲକ୍ ସହ ଦୁଇଟି ଜିଲ୍ଲାକୁ ସଂଯୋଗ କରେ।
ସ୍ଥାନୀୟ ଜନସାଧାରଣ ଏହା ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ବ୍ଲକ୍ ପ୍ରଶାସନ ଏଥି ପ୍ରତି ଧ୍ୟାନ ନ ଦେବାର ଅଭିଯୋଗ ରଖିଛନ୍ତି। ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, କଳାହାଣ୍ଡି ସାଂସଦ ମାଳବିକା ଦେବୀ ଓ ବ୍ଲକ୍ ଓ ଜିଲ୍ଲା ପ୍ରଶାସନଙ୍କୁ ଏହା ଉପରେ ଧ୍ୟାନ ଦେବାର ଦାବି କରାଯାଇଛି।