ଚିତ୍ରକୋଣ୍ଡା ବ୍ଲକରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ସମୀକ୍ଷା ଆୟୋଜିତ
ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକରେ ବ୍ଲକ କଂଗ୍ରେସ ତରଫରୁ ତ୍ରିସ୍ତରୀୟ ନିର୍ବାଚନ ପାଇଁ କର୍ମୀ ସମ୍ମିଳନୀ ଓ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ପୂର୍ବତନ ଜିଲ୍ଲା ସଭାପତି ଓ ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ଏସ୍ଟି ସେଲ ସଭାପତି ଇର୍ମା ପଡିଆମୀ, ଜିଲ୍ଲା ଯୁବ ନେତା ଇସାକ ଖୋସାଲା, ଜିଲ୍ଲା ପରିଷଦ ସଦସ୍ୟ ବିନତି ଖିଲ ଉପସ୍ଥିତ ଥିଲେ। ସେମାନେ 18ଟି ପଞ୍ଚାୟତର ଅଭିଯୋଗ ସମୀକ୍ଷା ସହ ଏହି ସଭାକୁ ସମ୍ବନ୍ଧିତ କରିଥିଲେ।
ସଭାରେ 18 ପଞ୍ଚାୟତ ସଭାପତି ଓ ସମ୍ପାଦକ ସହ 500ରୁ ଅଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। 100ରୁ ଅଧିକ ପୁରୁଷ ଓ ମହିଳା ବିଭିନ୍ନ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ବିଧାୟକ ମଙ୍ଗୁଖିଲ ନିଜ ହାତରେ ଯୁବକର୍ମୀ ଓ ମହିଳାଙ୍କୁ କଂଗ୍ରେସରେ ସ୍ଵାଗତ କରିଥିଲେ। ବେକାରୀ, ବିଦ୍ୟୁତ ବିଲ, ପାନୀୟ ଜଳ ଓ ଜଳ ସେଚନ, ଜମି ଅଧିଗ୍ରହଣ ସମସ୍ୟା, ମହିଳା ନିର୍ଯାତନା ବିଷୟରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ବିଧାୟକ ବିଧାନ ସଭାରେ ପ୍ରଶ୍ନ ଓ ରାଜ ରାସ୍ତାରେ ଆନ୍ଦୋଳନ କରିବା ନିଷ୍ପତ୍ତି ନେଇଯାଇଛି। ସଭା ଶେଷରେ ବ୍ଲକ କମିଟି ସଭାପତି ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇ ସମାପ୍ତ ହୋଇଛି।