logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

B.Lib.Sc.(Library Science) ପରୀକ୍ଷାରେ CTG ର ସଫଳତା।

*B.Lib.Sc.(Library Science) ପରୀକ୍ଷାରେ CTG ର ସଫଳତା*

କେନ୍ଦୁଝର -୩୧/୦୫(ଖଣ୍ଡାଧାର ନିଉଜ) CTG Foundation ଦ୍ୱାରା ପରିଚାଳିତ KDC କଲେଜର B.Lib.Sc. (ବ୍ୟାଚେଲର ଅଫ ଲାଇବ୍ରେରି ଆଣ୍ଡ ଇନଫର୍ମେସନ ସାଇନ୍ସ) ପରୀକ୍ଷାରେ CTGର ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀ ସହିତ ଡିଷ୍ଟିଙ୍କସନ୍ ହାସଲ କରି ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି।
ଏହି ପରୀକ୍ଷାରେ ମସିଣାଯୋଡ଼ିର ଛାତ୍ର *ରାଜେଶ ମହାନ୍ତ* ୭.୭୫ CGPA ଅଙ୍କ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ପିତାଙ୍କ ନାମ ଗିରିଧାରୀ ମହାନ୍ତ ଏବଂ ମାତାଙ୍କ ନାମ ରତ୍ନମଣି ମହାନ୍ତ।
ସେହିପରି ପାଟଣାର ଛାତ୍ର *ତେଜେଶ ମହାନ୍ତ* ୭.୬୦ CGPA ହାସଲ କରିଛନ୍ତି। ତାଙ୍କ ପିତାଙ୍କ ନାମ ଧନେଶ୍ୱର ମହାନ୍ତ ଓ ମାତାଙ୍କ ନାମ ପ୍ରମଦା ମହାନ୍ତ।
ହରିଚନ୍ଦନପୁରର ଛାତ୍ର *ସନ୍ଦୀପ କୁମାର ମହାନ୍ତ* ମଧ୍ୟ ୭.୬୦ CGPA କରିଛନ୍ତି। ତାଙ୍କ ପିତାଙ୍କ ନାମ ଲୋକନାଥ ମହାନ୍ତ ଓ ମାତାଙ୍କ ନାମ ହେଲେନ୍ ମହାନ୍ତ। — ଏହି ଦୁଇ ଛାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
ଏହି ଉତ୍କୃଷ୍ଟ ଫଳାଫଳ ପ୍ରକାଶ ପାଇବା ପରେ CTG ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। CTG Professional Studiesର Director ମିସ୍ ପି. ନିକିତା, HOD ଡା. ରୂପାଲି, CEO ଗୁଡ଼ି ମ୍ୟାଡାମ ଓ OSD ଦେବଜାନୀ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

କଲେଜର ପ୍ରତିଷ୍ଠାତା ରୋଟାରୀଆନ୍ ଡା. ରାଜେନ୍ଦ୍ର ପାଲେଇ ମଧ୍ୟ ଏହି ସଫଳତା ପାଇଁ ଖୁସି ବ୍ୟକ୍ତ କରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଆଗାମୀ ଜୀବନ ଉଜ୍ଜ୍ୱଳ ହେଉ ବୋଲି ଶୁଭେଚ୍ଛା ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, B.Lib.Sc. କୋର୍ସର ଚାକିରି ସମ୍ଭାବନା ବହୁତ ଉଜ୍ଜ୍ୱଳ ରହିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ ସଂସ୍ଥାରେ ଏହି କୋର୍ସ ସମ୍ପନ୍ନ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ନିଯୁକ୍ତି ସୁଯୋଗ ଉପଲବ୍ଧ ରହିଛି। ତେଣୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ଏହି କୋର୍ସରେ ନାମ ଲେଖାଇ ନିଜର ଭବିଷ୍ୟତକୁ ସୁଦୃଢ଼ କରିପାରିବେ।

15
464 views

Comment