logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସଂଯୋଗୀ ସାହିତ୍ୟ ସମ୍ମାନ ପାଇବେ ଭିକାରୀ ପ୍ରଧାନ ଓ ରତ୍ନାକର ମହାନ୍ତ।

ସଂଯୋଗୀ ସାହିତ୍ୟ ସମ୍ମାନ ପାଇବେ ଭିକାରୀ ପ୍ରଧାନ ଓ ରତ୍ନାକର ମହାନ୍ତ।

ଘଟଗାଁ,୩୧/୫ : (ଖଣ୍ଡାଧାର ନିଉଜ) ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ପ୍ରସାର ପ୍ରଚାର କ୍ଷେତ୍ରରେ ଅଭିନବ କାର୍ଯ୍ୟକ୍ରମ ମାନ ହାତକୁ ନେଇ ଏକ ବୈପ୍ଳବିକ ପରିବେଶ ସୃଷ୍ଟି କରୁଥିବା ସ୍ଥାନୀୟ କୁଣ୍ଡାପିଠାସ୍ଥ ସଂଯୋଗୀ ସାହିତ୍ୟ ସଂସଦ ତରଫରୁ ୨୦୨୫/୨୬ ବର୍ଷ ପାଇଁ ସମ୍ବର୍ଦ୍ଧନା ପାଇବାକୁ ଯାଉଥିବା ସାରସ୍ବତ ସ୍ରଷ୍ଟା ମାନଙ୍କ ନାମ ଘୋଷଣା କରାଯାଇଛି। ଅନୁଷ୍ଠାନର ସର୍ବଶ୍ରେଷ୍ଠ ସମ୍ମାନ " ସଂଯୋଗୀ ସାହିତ୍ୟ ସମ୍ମାନ " ରାଜ୍ୟ ସ୍ତରରେ ପାଇବେ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ସାହିତ୍ୟିକ ଓ ସୁବକ୍ତା ଭିକାରୀ ପ୍ରଧାନ, ଜିଲ୍ଲାସ୍ତରରେ ପାଇବେ ସାହିତ୍ୟିକ ଓ ଗବେଷକ ରତ୍ନାକର ମହାନ୍ତ (ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ ସ୍ମୃତି ସମ୍ମାନ) । ସେହିପରି ମା ତାରିଣୀ ସମ୍ମାନ - କେନ୍ଦୁଝର ଜିଲ୍ଲାର ବରିଷ୍ଠ ଆଧ୍ୟାତ୍ମିକବାଦୀ ସାହିତ୍ୟିକ ଶଶୀଭୂଷଣ ତ୍ରିପାଠୀ , ସଂଯୋଗୀ ସମାଜସେବୀ ସମ୍ମାନ - ଜଗତସିଂହପୁର ଜିଲ୍ଲାର ସାହିତ୍ୟିକ,ସଂଗଠକ, ସଂପାଦକ ତଥା ସମାଜସେବୀ ଡଃ ବସନ୍ତ କୁମାର ଦାସ, ସଂଯୋଗୀ ସଜଫୁଲ ସମ୍ମାନ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ସାହିତ୍ୟିକ କମ୍ଭୁଧର ସୁନା ଓ କଳାହାଣ୍ଡି ଜିଲ୍ଲାର ଯୁବକବି ଧିରୋଜ କୁମାର ପାତ୍ର , ସଂଯୋଗୀ ପ୍ରତିଭା ସମ୍ମାନ - ଗଜପତି ଜିଲ୍ଲାର ବରିଷ୍ଠ କବି ବୃନ୍ଦାବନ ଗୌଡ଼, ଅନୁଷ୍ଠାନର ଅଭିନବ କାର୍ଯ୍ୟକ୍ରମ " ଆସ କିଛି ଶିଖିବା ଓ ଶିଖାଇବା " କର୍ମଶାଳା ମାଧ୍ୟମରେ ସଂକ୍ଷିପ୍ତ କାବ୍ୟ ଅନ୍ତାକ୍ଷରୀ ରଚନା ପାଇଁ ସଂଯୋଗୀ ସୃଜନୀ ସମ୍ମାନ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ସୁରେଶ ଚନ୍ଦ୍ର ରଥ, ବାଲେଶ୍ଵର ଜିଲ୍ଲାର ମାନସ କୁମାର ପାତ୍ର, କଟକ ଜିଲ୍ଲାର ବିଶ୍ବନାଥ ରଣା, ସୁଭଦ୍ରା ମହାପାତ୍ର ଓ ଉତ୍କଳିନୀ ରାଉତ, ଦେବଗଡ଼ ଜିଲ୍ଲାର ରିତେଶ କୁମାର ଦାଶ, ସମ୍ବଲପୁର ଜିଲ୍ଲାର ଅନୁପମା ବିଶ୍ବାଳ, କେନ୍ଦୁଝର ଜିଲ୍ଲାର ପ୍ରତାପ କିଶୋର ରାଉତ, ନେତ୍ରାନନ୍ଦ ମହାରଣା ଓ ଭୈରବ ଚନ୍ଦ୍ର ବେହେରା ଏବଂ ସଂଯୋଗୀ ପାଠାଗାର ସମ୍ମାନ ନିମନ୍ତେ ଅନୁଗୋଳ ଜିଲ୍ଲାର ରମେଶ ଚନ୍ଦ୍ର ମିଶ୍ର (ଜୀବନର ସମ୍ବିଧାନ ଗୀତା ପୁସ୍ତକ ପାଇଁ)ଙ୍କୁ ଆଗାମୀ ଜୁନ୍ ମାସ ୭ ତାରିଖ ଦିନ ଘଟଗାଁ ରେ ଅନୁଷ୍ଠିତ ହେବାକୁ ଯାଉଥିବା ବାର୍ଷିକୋତ୍ସବରେ ମାନପତ୍ର, ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ସମ୍ମାନିତ କରାଯିବ ବୋଲିି ଅନୁଷ୍ଠାନର ସଂପାଦକ ବାବୁଲାଲ ପଲେଇ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।
ଖଣ୍ଡାଧାର ନିଉଜ- ବାବୁଲାଲ ପଲେଇଙ୍କ ରିପୋର୍ଟ।

32
1162 views

Comment