କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଜୁନ ମାସର ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।
କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଜୁନ ମାସର ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।
କେନ୍ଦୁଝର:୩୦/୦୫, (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଜୁନ ମାସର ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରକାଶିତ କରାଯାଇଛି। ଜୁନ୍ ମାସର ପ୍ରଥମ ସୋମବାର ତା:୦୧/୦୬/୨୬ରିଖ ସଦରମହକୁମା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦରବାର ହଲରେ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ସକାଳ ୮ ଘଟିକାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି। ଜୁନ ମାସର ଦ୍ବିତୀୟ ସୋମବାର ତା:୦୮/୦୬/୨୦୨୬ରିଖ ରେ ଝୁମ୍ପୁରା ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ସକାଳ ୮ ଘଟିକାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ। ଜୁନ ମାସର ଚତୁର୍ଥ ସୋମବାର ତା:୨୨/୦୬/୨୦୨୬ରିଖ ରେ ହାଟଡିହି ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ସକାଳ ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ। ଜୁନ ମାସର ପଞ୍ଚମ ତଥା ଶେଷ ସୋମବାର ତା:୨୯/୦୬/୨୦୨୬ରିଖ ରେ ବାଂଶପାଳ ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଅଭିଯୋଗ ଜନଶୁଣାଣି କାର୍ଯ୍ୟକ୍ରମ ସକାଳ ୧୦ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରକାଶିତ ସୂଚନା ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି।