logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରି ସେଟେଲମେଣ୍ଟ ଦଲିଲ ଆଧାରିତ ମ୍ୟୁଟେସନ ମାମଲାରେ ଗତି: ୨୨ ଆବେଦନକାରୀଙ୍କୁ ଜମି ପଟ୍ଟା ପ୍ରଦାନ

ଦେବଗଡ଼, ତା. ୩୦.୦୫.୨୦୨୬ ରିଖ :-
ରିଆମାଳ ବ୍ଲକ ତହସିଲ କାର୍ଯ୍ୟାଳୟରେ ଆଜି ପ୍ରି ସେଟେଲମେଣ୍ଟ ବିକ୍ରୟ ଦଲିଲ ଆଧାରିତ ମ୍ୟୁଟେସନ ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ଦେଖିବାକୁ ମିଳିଛି। ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଓ ତହସିଲଦାର ବିଜୟ ଲକ୍ଷ୍ମୀ ନାୟକଙ୍କ ଉପସ୍ଥିତିରେ ୨୨ ଜଣ ଆବେଦନକାରୀଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି।
ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ, ଓଡିଶା ସର୍ଭେ ଓ ସେଟେଲମେଣ୍ଟ ନିୟମ–୧୯୬୨ରେ ସଂଶୋଧନ କରାଯାଇ ନୂତନ ଅଧ୍ୟାୟ ୩୪(ଜି) ସମ୍ମିଳିତ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ, ପ୍ରି ସେଟେଲମେଣ୍ଟ ଦଲିଲ ଆଧାରିତ ମାମଲାର ଫଇସଲା କରିବାକୁ ତହସିଲଦାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି।ଏହି ନୂତନ ନିୟମ ପ୍ରକାଶ ପାଇବା ପରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ବିଚାରାଧୀନ ଥିବା ମାମଲାଗୁଡ଼ିକୁ ରିଆମାଳ ତହସିଲ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା। ତହସିଲ କାର୍ଯ୍ୟାଳୟର ସକ୍ରିୟ ପଦକ୍ଷେପରେ ସେହି ମାମଲାମାନଙ୍କ ମଧ୍ୟରୁ ୨୨ଟି ମାମଲାର ତ୍ୱରିତ ଫଇସଲା କରାଯାଇ ଜମି ପଟ୍ଟା ବଣ୍ଟନ କରାଯାଇଛି।
ଅବଶିଷ୍ଟ ମାମଲାଗୁଡ଼ିକର ଶୀଘ୍ର ନିଷ୍ପତ୍ତି ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବହୁଦିନ ଧରି ଅପେକ୍ଷାରତ ମାମଲାଗୁଡ଼ିକର ତ୍ୱରିତ ସମାଧାନ ସମ୍ଭବ ହୋଇପାରିଛି, ଯାହାରୁ ଲୋକମାନେ ବିଶେଷ ଲାଭାନ୍ୱିତ ହେଉଛନ୍ତି।

5
37 views

Comment