କେନ୍ଦୁଝରଗଡ ରେ କାଳବୈଶାଖୀ କାରଣରୁ ପ୍ରବଳ ବର୍ଷା।
କେନ୍ଦୁଝରଗଡ ରେ କାଳବୈଶାଖୀ କାରଣରୁ ପ୍ରବଳ ବର୍ଷା।
କେନ୍ଦୁଝରଗଡ:୩୦/୦୫ (ଖଣ୍ଡାଧାର ନିଉଜ) ଆଜି ମଧ୍ୟାହ୍ନ ୧୨ ଘଟିକାରେ କେନ୍ଦୁଝର ସହରରେ କାଳବୈଶାଖୀ କାରଣରୁ ୩୫ ମିନିଟ୍ ଧରି ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଅଛି। ଆଜି ଚତୁର୍ଦ୍ଦିଗ କଳାହାଣ୍ଡିଆ ମେଘମାଳା ସହରର ଚତୁପାର୍ଶ୍ଵ ଦେଖିବାକୁ ମିଳିଥିଲା। ଆଖପାଖ ଗ୍ରାମାଞ୍ଚଳରେ ମଧ୍ଯ ପ୍ରବଳ ବର୍ଷା ହୋଇଥିବା ଖବର ମିଳିଅଛି। ଯଦିଓ ଏହା କାଳବୈଶାଖୀ ବର୍ଷା କିନ୍ତୁ ସାଧାରଣ ବର୍ଷା ହୋଇଥିବା ପରି ଅନୁଭୂତ ହୋଇଥିବା ବେଳେ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ମାରିବା ଦେଖିବାକୁ ମିଳିଅଛି। ଖବର ପ୍ରସାରିତ କରିବା ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି ତଥା ଜୀବନହାନୀ ସମ୍ପର୍କରେ ସୂଚନା ମିଳିନାହିଁ। ମଧ୍ଯାହ୍ନ ସମୟରେ କାଳବୈଶାଖୀ କାରଣରୁ ବିଦ୍ୟୁତ୍ ବିଛିନ୍ନ ରହିଥିଲା। ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ କିଛିଦିନ ରାଜ୍ଯର ବିଭିନ୍ନ ଜିଲ୍ଲାର ଅନେକାଂଶରେ କାଳବୈଶାଖୀ ବର୍ଷା, ଘଡ଼ଘଡ଼ି ବିଜୁଳି ମାରିବା ସହିତ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଥିବାର ପୂର୍ବାନୁମାନ କରିଅଛି। ତେଣୁ ଦୂରଦୂରାନ୍ତ କୁ ଯାତ୍ରା କରିବା ପୂର୍ବରୁ ପାଣିପାଗ ସମ୍ପର୍କରେ ଧ୍ଯାନ ଦେବାକୁ ଆଦୌ ଭୁଲିବା ଅନୁଚିତ। ଆଜି ମଧ୍ୟାହ୍ନରେ କେନ୍ଦୁଝର ସହରରେ କାଳବୈଶାଖୀ ବର୍ଷା କାରଣରୁ ପ୍ରବଳ ଗରମରୁ ଲୋକମାନଙ୍କୁ ଆଶ୍ବସ୍ତି ମିଳିଅଛି। ଗତକାଲି ମଧ୍ଯ ଅପରାହ୍ନରେ କେନ୍ଦୁଝର ସହରରେ କାଳବୈଶାଖୀ ବର୍ଷା କାରଣରୁ ରାତ୍ରି ସମୟରେ ତାପମାତ୍ରାରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଅଛି।