ନାଲକୋ ହସ୍ପିଟାଲ ଓ ମହାତ୍ମାଗାନ୍ଧୀ କ୍ଯାନସର ହସ୍ପିଟାଲ ବିଶାଖପାଟଣାର ମିଳିତ ଆନୁକୁଲ୍ଯରେ ବିଶ୍ବ ତମାଖୁ(ଟବାକୋ)ବର୍ଜନ ଦିବସ ପାଳନ, ଦାମନଯୋଡି,କୋରାପୁଟ।
ନାଲକୋରେ ବିଶ୍ବ ତମାଖୁ (ଟବାକୋ)ବର୍ଜନ ଦିବସ ପାଳନ
ଦାମନଯୋଡି:-୩୦/୫ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ ପ୍ରକଳ୍ପ ଦାମନଯୋଡିରେ ଆଜି ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ ହୋଇଥିଲା ।ମହାତ୍ମାଗାନ୍ଧୀ କ୍ଯାନସର ହସ୍ପିଟାଲ ବିଶାଖପାଟଣା ଓ ନାଲକୋ ଦାମନଯୋଡି ହସ୍ପିଟାଲର ମିଳିତ ଆନୁକୁଲ୍ଯରେ ବିଶ୍ବ ତମାଖୁ ଦିବସ ପାଳନ ଅବସରରେ ଏକ ବିଶାଳ ମାରାଥନ ଓ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ନାଲକୋର ମୁଖ୍ଯ ମେଡିକାଲ ଅଫିସର ଡକ୍ଟର ସଂନ୍ଧ୍ଯାରାଣୀ ଓ କ୍ଯାନସର ହସ୍ପିଟାଲର ଡକ୍ଟର ସୂର୍ଯ୍ୟପ୍ରକାଶ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ ।ମୁଖ୍ଯ ଅତିଥି ରୂପେ ନାଲକୋର ଇଡି ଇଂ ଅମରେନ୍ଦ୍ର କୁମାର ମିଶ୍ର ପତାକା ଦେଖାଇ ମାରାଥନର ଶୁଭାରମ୍ଭ କରିଥିଲେ ।ସମ୍ମାନନୀୟ ଅତିଥି ରୂପେ ନାଲକୋର ମୁଖ୍ଯ ମହାପ୍ରବନ୍ଧକଗଣ ସଂଜୟ ଗୁପ୍ତା,ସୁଗାତୋ ଆନନ୍ଦ ବାସୁ,ଏମ ଆର ପଣ୍ଡା,ଦିଲ୍ଲୀପ ବାଗ୍,ଦୁର୍ଯ୍ୟୋଧନ ବେହେରା ମହାପ୍ରବନ୍ଧକ ସୁରେଶ ବାତୁଲା ପ୍ରମୁଖ ସମବେତ ଜନସାଧାରଣଙ୍କୁ ସଚେତନତା ଭିତ୍ତିକ ସମ୍ବୋଧନ କରିଥିଲେ ।କ୍ଯାନସର ହସ୍ପିଟାଲର ଶ୍ରୀଯୁକ୍ତ ସନ୍ଦୀପ ଲେଙ୍କା,ଚନ୍ଦନ କୁମାର ଜେନା,ଶ୍ରୀଯୁକ୍ତ ପ୍ରସାଦ, ନାଲକୋ ହସ୍ପିଟାଲର ଡକ୍ଟର ଜ୍ଯୋତି ରଞ୍ଜନ ଦାଶ, ଡକ୍ଟର ଦୀପକ ମହାନ୍ତି,ଡକ୍ଟର ଇଉ ଏସ ପ୍ରଧାନ, ଡକ୍ଟର ରାଜୀବ କୁମାର, ଡକ୍ଟର ଉମାଶଙ୍କର ପାତ୍ର, ଡକ୍ଟର ମୁକୁନ୍ଦ ଦେବ ବେହେରା,ଡକ୍ଟର ଏସ ଆର ପଣ୍ଡିତ ପ୍ରମୁଖ ମାରାଥନରେ ଅଗ୍ରଗାମୀ ଥିଲେ ।ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା,ସାମାଜିକ କର୍ମକର୍ତ୍ତା ଓ ଦାମନଯୋଡିର ଆବାଳବୃଦ୍ଧବନିତା ଶତାଧିକ ଜନସାଧାରଣ ଏହି ମାରାଥନରେ ଅଂଶଗ୍ରହଣ କରି ଆଜିର ଆହ୍ଵାନ ତମାଖୁ ,ଧୁମ ପାନ,ମାଦକଦ୍ରବ୍ଯ ବର୍ଜନ ଉପରେ ବିଭିନ୍ନ ନାରା ଦେଇ ଦୀର୍ଘ ତିନି କିମିରୁ ଉର୍ଦ୍ଧ୍ବ ନଗରରେ ମାରାଥନ କରିଥିଲେ ।କଳ୍ପନା ଷଡଙ୍ଗୀ,ମୀନାକ୍ଷୀ କର,ସରୋଜ ଲାକ୍ରା,କୈଳାସ ମହାରଣା ପ୍ରମୁଖ ହସ୍ପିଟାଲରୁ,ସାମାଜିକ କର୍ମକର୍ତ୍ତା ଡଃ ଜଳେନ୍ଦ୍ର ତ୍ରିପାଠୀ,ଡଃ ଅଶୋକ କୁମାର ମହାନ୍ତି ,ସଦାନନ୍ଦ ଦାଶ,ଅବିନାଶ ଦାଶ, ମନୋରଞ୍ଜନ ବେହେରା,ରଶ୍ମିରଞ୍ଜନ ସେଠୀ,ଦିଲ୍ଲୀପ କୁମାର ସାହୁ,ବିଜୟ ଥାଲାରୀ ପ୍ରମୁଖ ଶତାଧିକ ବିଭିନ୍ନ ବିଭାଗର କର୍ମଚାରୀ ଏହି ମାରାଥନରେ ଅଂଶଗ୍ରହଣ କରିଥିଲେ ।ସମସ୍ତଙ୍କୁ ବ୍ଯାନିୟନ ପ୍ରଦାନ କରାଯାଇଥିଲା।ଏଭଳି ସଚେତନତା ଭିତ୍ତିକ ମାରାଥନ ଦାମନଯୋଡି ଅଞ୍ଚଳରେ ବେଶ୍ ପ୍ରଭାବ ପକାଇଥିବାର ପରିଲକ୍ଷିତ ହୋଇଥିଲା ।