ଗ୍ରାମ ପଞ୍ଚାୟତ ସ୍ତରରେ ନିଶାମୁକ୍ତ ସଚେତନତା ଅଭିଯାନ ଆୟୋଜିତ
ଦେବଗଡ, ତା. ୨୯.୦୫.୨୦୨୬ ରିଖ :- ରିଆମାଳ ବ୍ଲକର ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ନିଶାମୁକ୍ତ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀନିବାସ ଜାନିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣ୍ଡିଆପାଲି ସରପଞ୍ଚ ପ୍ରକାଶ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରିଆମାଳ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭୂପେନ୍ଦ୍ର କୁମାର ପ୍ରଧାନ, ଅବକାରୀ ଇନ୍ସପେକ୍ଟର ତେଲେଷ୍ଫର ଲାକ୍ରା, CRCC ଦାଶରଥି ସାହୁ ଓ ହୃଷିକେଶ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ସମସ୍ତ ଉପସ୍ଥିତ ବ୍ୟକ୍ତି ନିଶାନିବାରଣ ସମ୍ପର୍କିତ ଶପଥ ପାଠ କରିଥିଲେ। ପରବର୍ତ୍ତୀ କ୍ରମରେ ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ନିଶାଦ୍ରବ୍ୟ ଓ ମଦ୍ୟପାନର କୁପ୍ରଭାବ ସମ୍ପର୍କରେ ସଚେତନତା ଜାଗୃତ କରାଯାଇଥିଲା। ସମାଜକୁ ନିଶାମୁକ୍ତ କରି ସୁସ୍ଥ ପରିବେଶ ଗଠନ ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।
ଏହି ଅଭିଯାନରେ ଗୁଣ୍ଡିଆପାଲି ପଞ୍ଚାୟତର ଅଙ୍ଗନୱାଡି କର୍ମୀ, ୱାର୍ଡ ମେମ୍ବର, ଆଶା କର୍ମୀ, MBK, CRP ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସକ୍ରିୟ ଭାବେ ଭାଗନେଇଥିଲେ