ଓଡ଼ିଶା କମ୍ପ୍ୟୁଟର ଏକାଡେମୀ ପକ୍ଷରୁ ଗ୍ରୀଷ୍ମକାଳୀନ ସ୍ଵତନ୍ତ୍ର ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୧୨୫ ୟୁନିଟ ରକ୍ତ ସଂଗୃହିତ, କଟକ, ଓଡ଼ିଶା ।
ଓଡିଶା କମ୍ପ୍ୟୁଟର୍ ଏକାଡେମୀ ପକ୍ଷରୁ ଗ୍ରୀଷ୍ମ କାଳୀନ ସ୍ବତନ୍ତ୍ର ମେଗା ରକ୍ତଦାନ ଶିବିର ଆୟୋଜିତ ,୧୨୫ ୟୁନିଟ ରକ୍ତ ସଂଗୃହିତ।
କଟକ:- ତା ୨୯.୦୫.୨୦୨୬: - ଖରାଦିନେ ଥାଲାସେମିଆ ରୋଗୀଙ୍କ ପାଇଁ ରକ୍ତର ଘୋର ଅଭାବକୁ ଆଖିଆଗରେ ରଖି ଓଡିଶା କମ୍ପ୍ୟୁଟର ଏକାଡେମୀ ରୁବି ପ୍ଲାଜା ଅରୁଣଦେଓ ମାର୍କେଟ କଟକଙ୍କ ତରଫରୁ ଏକ ମେଗା ସ୍ଵେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜିତ ହୋଇଯାଇଛି। ରାଜ୍ୟରେ ଦେଖା ଯାଉଥିବା ରକ୍ତ ଅଭାବ କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତଦାନ ଭଳି ମହତ କାର୍ଯ୍ୟ ଆୟୋଜନ କରି ଆସୁଥିବା ବେଳେ ଏହାକୁ ଗୁରୁତ୍ୱ ର ସହ ନେଇଛି କଟକ ର ଅଗ୍ରଣୀ କମ୍ପୁଟର ଶିକ୍ଷାନୁଷ୍ଠାନ ଓଡ଼ିଶା କମ୍ପୁଟର ଏକାଡେମୀ । ଏହି ଅନୁଷ୍ଠାନର ଜନ୍ମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ବିଗତ କିଛି ବର୍ଷ ଧରି ଏପରି ରକ୍ତଦାନ ଶିବିର ଆୟୋଜନ କରି ଆସୁଛି। ବିଗତ ବର୍ଷ ଭଳି ଏବର୍ଷ ମଧ୍ୟ ବେଶ ଉତ୍ସାହ ର ସହିତ ରକ୍ତଦାନ ଶିବିର ଆୟୋଜନ ସହ ପାଳନ କରାଯାଇଛି । ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଆସି ଖୁବ ଉତ୍ସାହର ସହିତ ରକ୍ତଦାନ କରିଥିଲେ । ଏହାକୁ ଓଡିଶା କମ୍ପୁଟର ଏକାଡେମୀର ପରିଚାଳନା ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ରାଉତ ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ସଦଗୁରୁ ହସ୍ପିଟାଲ୍ ମୁଖ୍ୟ ଡ଼ାଃ ପ୍ରଦୀପ କୁମାର ମହାନ୍ତି ଓ ନିମନ୍ତ୍ରିତ ଅତିଥି ଭାବେ ଡ଼ାଃ ସମିତା ମହାନ୍ତି ଏବଂ ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଡ଼ଃ ନରେଶ ଚନ୍ଦ୍ର ସାହୁ ଓ ଡଃ ଗଜେନ୍ଦ୍ର ସେନାପତି ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ରାଜ୍ୟରେ ରକ୍ତ ଅଭାବରୁ କାହାର ଜୀବନ ହାନି ନହେଉ ସେଥିପାଇଁ ସମସ୍ତେ ସଚେତନ ହେବାପାଇଁ ଆହ୍ୱାନ ଦେଇଥିଲେ । ଏହା ସହିତ ଆଗକୁ ଏପରି ଯୁବ ପିଢ଼ି ମାନେସ୍ବେଛାକୃତ ଭାବେ ଆସି ଏପରି ମହତ କାର୍ଯ୍ୟରେ ନିଜକୁ ସାମିଲ କରନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସମାଜକୁ ବାର୍ତ୍ତା ଦେଇଥିଲେ । ଗୋଟିଏ ରକ୍ତ ୩ଜଣଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ରାଉତ ପ୍ରକାଶ କରିବା ସହିତ ଆଗାମୀ ଦିନରେ ଏପରି ମହତ କାର୍ଯ୍ୟ ଜାରି ରହିବ ବୋଲି ମତବ୍ୟକ୍ତ କରିଛନ୍ତି । ଏହା ବ୍ୟତୀତ ରକ୍ତଦାନ କରି ରକ୍ତ ସମ୍ପର୍କ ଗଢିବା ନିହାତି ଆବଶ୍ୟକ ବୋଲି ମତ ପୋଷଣ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବାଙ୍କୀ ଶାଖାର ନିର୍ଦ୍ଦେଶକ ଦେବୀଦତ୍ତ ବିଭୁତିରାୟ , ଓ ସି ଏ ବାରଙ୍ଗ ଶାଖାର ଜ୍ୟୋତିଶଙ୍କର ଚାନ୍ଦ ଏବଂ କମ୍ପ୍ୟୁଟର୍ ପଏଣ୍ଟ କଟକ୍ ର ପଦ୍ମଜା ଦାସ ଓ ସେମାନଙ୍କ ସ୍ଵେଚ୍ଛା ସେବୀ ସମସ୍ତ କର୍ମଚାରୀମାନେ ଯୋଗ ଆଗ୍ରହର ସହ ରକ୍ତଦାନ କରିଥିଲେ । ଓ ସି ଏ ତରଫରୁ ସମସ୍ତ ରକ୍ତ ଦlତlଙ୍କୁ ସ୍ମୁତି ଚିଂହ୍ନ ଓ ସାର୍ଟିଫିକେଟ ପ୍ରଦାନ ପୂର୍ବକ ଧନ୍ୟବାଦ ଅର୍ପଣ କରାଯାଇଥିଲା। । ଏସ୍ ସି ବି ରକ୍ତ ଭଣ୍ଡାର ଏବଂ ଓଡିଶା କମ୍ପୁଟର ଏକାଡେମୀ ର ମିଳିତ ଉଦ୍ୟମରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଡ଼ାଃ ଚିନ୍ମୟ ରଞ୍ଜନ ସ୍ୱାଇଁ,ରାମଚନ୍ଦ୍ର ଖଟୁଆ,ଏସ ସାହୁ , ବି ଘୋଷ ବି ବାରିକ ଓ ଏମ୍ ମୁର୍ମୁ ଙ୍କ ନେତୃତ୍ଵରେ ମୋଟ ୧୨୫ ୟୁନିଟରୁ ଉର୍ଦ୍ଧ୍ବ ରକ୍ତ ସଂଗ୍ରହ ହୋଇଥିଲା। ଉକ୍ତ ଶିବିରକୁ ଓ ସି ଏ ର ସ୍ୱର୍ଣ୍ଣଲକ୍ଷ୍ମୀ ପ୍ରଧାନ,ଚିନ୍ମୟୀ ଦେବତା, ଅରବିନ୍ଦ ମୁଦୁଲି, ବିରଜା ମହାନ୍ତି, ରାଜେଶ କୁମାର ସାହୁ, ଧୃତିରଂଜନ ମହାନ୍ତି, ଯମୁନା ସାହୁ, ଶୁଭ୍ରାଂଶୁ ଶେଖର ଦାସ, ବିଶ୍ୱଭୂଷଣ ସାହୁ, ବିସ୍ମୟ କୁମାର ନାୟକ, ଆନାଲିସା ନାୟକ, ବୈଶାଳୀ ସରକାର ଓ ମାନସ ମିଶ୍ର ତଥା ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ। ଗ୍ରୀଷ୍ମ କାଳରେ ମହାବିଦ୍ୟାଳୟ ଗୁଡିକ ବନ୍ଦ ହେବାଯୋଗୁଁ ରକ୍ତଦାନ ହାର ବାଧା ପ୍ରାପ୍ତ ହୋଇଥାଏ ଫଳରେ ରକ୍ତ କେନ୍ଦ୍ରଗୁଡ଼ିକରେ ରକ୍ତ ସଙ୍କଟ ଦେଖା ଦେଇଥାଏ। ରକ୍ତ ସଙ୍କଟ ସମୟରେ ସଙ୍କଟ ମୋଚନ ଭାବେ ଓ ସି ଏ ର ନିର୍ଦ୍ଧେଶକ ସୂର୍ଯ୍ୟ ନାରାୟଣ ରାଉତଙ୍କ ଏହି ବଳିଷ୍ଠ ଉଦ୍ୟମକୁ ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଡଃ ନରେଶ ଚନ୍ଦ୍ର ସାହୁ ଓ କାର୍ଯ୍ଯକ୍ରମ ଅବସରରେ ସମ୍ମାନିତ କରିବାସହ ଏହି ଅଭିନବ ପ୍ରୟାସର ବେଶ ପ୍ରଶଂସା କରିବା ସହ ସାମାଜିକ ଅନୁଷ୍ଠାନ ଗୁଡ଼ିକ ଏହି ସମୟରେ ବିପଦର ବନ୍ଧୁ ସାଜି ଗୋଟେ ଗୋଟେ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରିବାଲାଗି ଆହ୍ଵାନ ଦେଇଛନ୍ତି। ଜରୁରୀ ପରିସ୍ଥିତି ରେ ଏସ ଡି ପି ଡୋନେସନ ପାଇଁ ଡ଼ଃ ଗଜେନ୍ଦ୍ର ସେନାପତିଙ୍କୁ ଓ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ରକ୍ତଦାତା ମହାସଂଘ ସଭାପତି ଡଃ ନରେଶ ଚନ୍ଦ୍ର ସାହୁଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।
ପରିଶେଷରେ ଏସ ସି ବି ମେଡିକାଲ୍ କଲେଜ ଓ ହସିଟାଲ ର ଟ୍ରାନସ୍ଫୁଜନ ମେଡିସିନ ବିଭାଗର ଆସୋସିଏଟ୍ ପ୍ରଫେସର ଡ଼ାଃ ସ୍ଵାଇଁ ଶ୍ରୀ ରାଉତଙ୍କର ଏହି ମହତ କାମର ପ୍ରଶଂସା କରିବାସହ ତାଙ୍କୁ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପ୍ରଦାନ ପୂର୍ବକ ସମ୍ମାନିତ କରିଥଲେ। ଏ ୟୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଓ ଏଫ୍ ବି ଡି ଓ ଓ ତରଫରୁ ଆବଶ୍ଯକୀୟ ସହାୟତା ପ୍ରଦାନ କରାଯାଇଥିଲା