logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଡୁମୁରୀଆ ରେ ନିମ୍ନମାନର ଡ୍ରେନ୍ କାମକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ!

ଡୁମୁରୀଆ ରେ ନିମ୍ନମାନର ଡ୍ରେନ୍ କାମକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ!

ବାଂଶପାଳ: ୨୯/୦୫ (ଖଣ୍ଡାଧାର ନିଉଜ) ବାଂଶପାଳ ବ୍ଲକ ଅନ୍ତର୍ଗତ ବାରାହାଗଡ଼ ଗ୍ରାମ ପଞ୍ଚାୟତର ଡୁମୁରୀଆ ଗ୍ରାମରେ ନିର୍ମାଣ ହୋଇଥ‌ିବା ଏକ ଡ୍ରେନ ନିମ୍ନମାନ ର କାମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ତିନିଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଡ୍ରେନ୍ ନିର୍ମାଣର ଏକ ସପ୍ତାହ ହୋଇନାହିଁ, ତାହା ଫାଟିଯାଇଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଠିକାଦାରଙ୍କ ପକ୍ଷରୁ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥ‌ିବାରୁ ଡ୍ରେନ୍‌ଟି ଏତେ ଶୀଘ୍ର କ୍ଷତିଗ୍ରସ୍ତ ହୋଇଛି। ନିର୍ମାଣ କାମ ଶେଷ ହେବା ପରେ କେବଳ କିଛି ଦିନ ମଧ୍ୟରେ ଡ୍ରେନର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଡ୍ରେନ୍ କାମ ସମୟରେ କୌଣସି ସୂଚନା ଫଳକ ଲଗାଯାଇନଥିଲା। କାମର ଖର୍ଚ୍ଚ, ଯୋଜନାର ନାମ ଓ କାର୍ଯ୍ୟକାଳ ସମ୍ପର୍କରେ ବିବରଣୀ ସର୍ବସାଧାରଣ ଲୋକଙ୍କ ଜାଣିବା ପାଇଁ କୌଣସି ସୂଚନା ଦିଆଯାଇନଥିବାରୁ ସନ୍ଦେହ ବଢ଼ିଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ଉଦବେଗ ପ୍ରକାଶ ପାଇଥିବାବେଳେ, ଗ୍ରାମବାସୀ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏପର୍ଯ୍ୟନ୍ତ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

9
911 views

Comment