ଆମେ ବନବାସୀ ନୁହେଁ ଆଦିବାସୀ;
ଅମିତ ଶାହା ଭୁଲ ମାଗନ୍ତୁ: ଆଦିବାସୀ କଂଗ୍ରେସ।
ଆମେ ବନବାସୀ ନୁହେଁ ଆଦିବାସୀ;
ଅମିତ ଶାହା ଭୁଲ ମାଗନ୍ତୁ: ଆଦିବାସୀ କଂଗ୍ରେସ।
କେନ୍ଦୁଝର:୨୯/୦୫ (ଖଣ୍ଡାଧାର ନିଉଜ ବ୍ୟୁରୋ) ଗତ ୨୪ ତାରିଖରେ ଆଦିବାସୀ ସମାଜ ମାନଙ୍କୁ ଏକତ୍ରିତ କରି ନୂଆଦିଲ୍ଲୀରେ ଏକ ଆଦିବାସୀ ସମାବେଶରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ତାଙ୍କ ଭାଷଣ ଆଦିବାସୀ ମାନଙ୍କୁ ବାରମ୍ବାର ବନବାସୀ କହି ଅପମାନିତ କରିବା ସହିତ ତାତ୍ସଲ୍ୟ କରିଥିଲେ l ଯାହାକି ଆଦିବାସୀ ସମାଜ ପ୍ରତି ଘୋର ଦୁଃଖ ଦାୟକ ଘଟଣା l ଆଜି ପୂର୍ବତନ ସାଂସଦ ତଥା ରାଜ୍ୟ ଆଦିବାସୀ କଂଗ୍ରେସ ଅଧକ୍ଷ ଯଶବନ୍ତ ସିଂ ଲାଗୁରିଙ୍କ ନେତୃତ୍ୱରେ କେନ୍ଦୁଝର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ କଂଗ୍ରେସ କର୍ମୀମାନେ କେନ୍ଦୁଝର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଓ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ l ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକଙ୍କ ଅଧକ୍ଷତାରେ ଏହି ପ୍ରତିବାଦ ସଭାରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, କଂଗ୍ରେସ ନେତା ଗୌରହରି ନାଏକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ l ଜ଼ିଲ୍ଲା ଆଦିବାସୀ କଂଗ୍ରେସ ସଭାପତି ଅନିରୁଦ୍ଧ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l କେନ୍ଦୁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ଏଥିରେ ଜ଼ିଲ୍ଲା ଉପସଭାପତି ଲଳିତ ମୋହନ ନାୟକ, ଦେବେନ୍ଦ୍ର ନାଥ ନାଏକ, ନିର୍ମଳ କୁମାର ନାଏକ, ବ୍ଲକ କଂଗ୍ରେସ ସଭାପତି ଉତ୍ତମ କୁମାର ସାହୁ, ଗୋବିନ୍ଦ ମହାନ୍ତ, ସୁବ୍ରତ କୁମାର ଚକ୍ର, ରଂଜିତ କୁମାର ବେହେରା, ଜ଼ିଲ୍ଲା ଦଳିତ କଂଗ୍ରେସ ସଭାପତି ରଶ୍ମିରଞ୍ଜନ ଜେନା, ଜ଼ିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାସ, ସୁଢଳ କୁମାର ସେଠି, ପ୍ରଫୁଲ୍ଲ ଚନ୍ଦ୍ର ଜେନା, ରତ୍ନାକର ଜେନା, ଯୁବ କଂଗ୍ରେସ ନେତା ସୌମ୍ୟରଞ୍ଜନ ରାଉତ, ସନତ ପାଢ଼ୀ, ଆନନ୍ଦ ମାଝୀ, ମାନସ ବେହେରା, ବେଦବ୍ୟାସ ବେହେରା, ପ୍ରକାଶ ସାହୁ, ଅଭିନାଶ ଓଝା, ରସାନନ୍ଦ ଜେନା, ଗିରିପ୍ରିୟା ଉମାକାନ୍ତ ସାହୁ, ପରମେଶ୍ୱର ନାଏକ ଓ ମଦନ ମୋହନ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ l