ଆମ ଅଦାମୀ ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ।
ଆମ ଅଦାମୀ ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ।
କେନ୍ଦୁଝର,ତା୨୯/୦୫- ପାଟଣା ନିର୍ବାଚନ ମଣ୍ଡଳୀର କେନ୍ଦେଇପଶି ଅଞ୍ଚଳରେ ଆମ ଆଦମୀ ପାର୍ଟି ପାଇଁ ଏକ ଉତ୍ସାହଜନକ ପରିବେଶ ସୃଷ୍ଟି ହୋଇଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଝରଣା ନାଏକ ଓ ଡମ୍ବରୁଧର ମହାନ୍ତଙ୍କ ନେତୃତ୍ୱରେ ସୁଶୀଳା ନାଏକ ତାଙ୍କ ସମଗ୍ର ଟିମ୍ ସହ ଔପଚାରିକ ଭାବେ ଆମ ଆଦମୀ ପାର୍ଟିରେ ଯୋଗଦାନ କରିଥିଲେ।
ଏହି ଯୋଗଦାନ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକମାନଙ୍କର ବିଶେଷ ଉପସ୍ଥିତି ଦେଖିବାକୁ ମିଳିଥିଲା। ଦଳର ନୀତି, ସ୍ୱଚ୍ଛ ରାଜନୀତି ଓ ଜନସେବା ଆଦର୍ଶରେ ପ୍ରଭାବିତ ହୋଇ ସୁଶୀଳା ନାଏକ ଓ ତାଙ୍କ ସହଯୋଗୀମାନେ ଆମ୍ ଆଦମୀ ପାର୍ଟିକୁ ନିଜର ରାଜନୈତିକ ମଞ୍ଚ ଭାବେ ବାଛିଥିବା କଥା ପ୍ରକାଶ କରିଥିଲେ। ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଝରଣା ନାଏକ କହିଥିଲେ ଯେ, ଦଳରେ ନୂତନ ସଦସ୍ୟମାନଙ୍କ ଯୋଗଦାନ ଆଗାମୀ ଦିନରେ ପାଟଣା ଅଞ୍ଚଳରେ ଆମ ଆଦମୀ ପାର୍ଟିକୁ ଆହୁରି ଶକ୍ତିଶାଳୀ କରିବ। ସମସ୍ତେ ମିଶି ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ବିଦ୍ୟୁତ ଓ ରୋଜଗାର ଭଳି ଜନସମସ୍ୟା ପାଇଁ ସଂଗ୍ରାମ କରିବାକୁ ସଂକଳ୍ପବଦ୍ଧ ବୋଲି ସେ କହିଥିଲେ। ଏହି ଯୋଗଦାନ ଅବସରରେ ଦଳର ବହୁ କର୍ମୀ ଓ ସମର୍ଥକ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।