ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬: କେନ୍ଦୁଝରଗଡ ଉପଜିଲ୍ଲାପାଳଙ୍କ ଦ୍ୱାରା ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।
ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬: କେନ୍ଦୁଝରଗଡ ଉପଜିଲ୍ଲାପାଳଙ୍କ ଦ୍ୱାରା ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ।
କେନ୍ଦୁଝର, ୨୮/୦୫: ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଆଜି କେନ୍ଦୁଝର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗଦେଇ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବିଏଲଓ ପର୍ଯ୍ୟବେକ୍ଷକ ମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରିଛନ୍ତି। ମତଦାତା ତାଲିକାର ସଂଶୋଧନ ପ୍ରକ୍ରିୟାକୁ କିପରି ଅଧିକ ସ୍ୱଚ୍ଛ, ସେବାମୂଳକ ଓ ତ୍ରୁଟିଶୂନ୍ୟ କରାଯାଇପାରିବ, ସେ ନେଇ ଉପଜିଲ୍ଲାପାଳ ସମସ୍ତ କର୍ମଚାରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ତ୍ରୁଟିପୂର୍ଣ୍ଣ କାର୍ଡର ସଂଶୋଧନ ଭଳି ବିଭିନ୍ନ ବୈଷୟିକ ଦିଗ ଉପରେ ଆଲୋଚନା କରାଯାଇଥିଲା। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ବିଏଲଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସଦର ବ୍ଲକର ସମସ୍ତ ବିଏଲଓ, ପର୍ଯ୍ୟବେକ୍ଷକ ଏବଂ ନିର୍ବାଚନ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।