ସନ୍ତୋଷପୁର ପୂର୍ତ୍ତ ବିଭାଗ ରାସ୍ତା ଠାରୁ ପେଣ୍ଠଡ଼ିହି ୟୁଜିୟୁପି ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଦାବି।
ସନ୍ତୋଷପୁର ପୂର୍ତ୍ତ ବିଭାଗ ରାସ୍ତା ଠାରୁ ପେଣ୍ଠଡ଼ିହି ୟୁଜିୟୁପି ସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଦାବି।
ହରିଚନ୍ଦନପୁର: ୨୮/୦୫ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ବିଦ୍ୟାଳୟକୁ ଯାତାୟାତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି। ବିଦ୍ୟାଳୟ ରାସ୍ତା ବର୍ଷା କାରଣରୁ କାଦୁଅ ପଚ ପଚ ରାସ୍ତାରେ ଯିବା କଷ୍ଟକର ହୋଇପଡୁଛି। ପେଣ୍ଠଡ଼ିହି ବିଦ୍ୟାଳୟ ଦେଇ କୁଣ୍ଡଳପାଣି ହାଟ ପଡିଆକୁ ଯିବାର ମୁଖ୍ୟରାସ୍ତା ସାପ୍ତାହିକ ହାଟ ଉପରେ ନିର୍ଭର କରନ୍ତି। ଏହା ଏକ ଆଦିବାସୀ ବହୁଳ ଅଞ୍ଚଳ, ପନିପରିବା, ରାସନ ସାମଗ୍ରୀ ଆଣିବା ପାଇଁ ଯାତାୟତ କରିବା ମୁଖ୍ୟ ରାସ୍ତାଥିବା ବେଳେ ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ କଲେ ସୁଦ୍ଧା ରାସ୍ତାର ଉନ୍ନତି ହୋଇ ପାରୁନାହିଁ! ବିଦ୍ୟାଳୟକୁ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ନିମନ୍ତେ ଯିବାଆସିବାରେ ବାଧକ ସାଜୁଥିବା ରାସ୍ତାର ଉନ୍ନତି କରଣ କେବେ ହେବ? ସନ୍ତୋଷପୁର ପୂର୍ତ୍ତ ବିଭାଗ ରାସ୍ତା ଠାରୁ ବିଦ୍ୟାଳୟର ଦୂରତା ଆନୁମାନିକ ୨ କିଲୋମିଟର ହେବ ବୋଲି ସୂଚନା ରହିଥିବା ବେଳେ ଗ୍ରାମାଞ୍ଚଳ ଅଧିବାସୀଗଣ ବାରମ୍ବାର ପଞ୍ଚାୟତ ଅଧିକାରୀ, ବ୍ଲକ ଅଧିକାରୀ, ଜିଲ୍ଲାପାଳଙ୍କୁ ରାସ୍ତା ର ଉନ୍ନତି କରିବା ଦିଗରେ ଅଭିଯୋଗ କରି ଅଣ ନିଶ୍ୱାସ ହୋଇପଡିଥିବା ଜଣାପଡିଛି! ବର୍ଷ ବର୍ଷ ବିତି ଯାଇଥିଲେ ସୁଦ୍ଧା ରାସ୍ତା ପ୍ରତି ପ୍ରଶାସନିକ ପଦାଧିକାରୀଙ୍କ ନଜର ପଡୁନି ବୋଲି ଏହି ଘଟଣା ଦାଣ୍ଡରେ ପଡି ହାଟରେ ଗଡ଼ୁଚି! ପ୍ରତିବର୍ଷ ଜାନୁଆରୀ ମାସ ୧୪, ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ ପରିପ୍ରେକ୍ଷୀରେ କୁଡୁମି ସାଂସ୍କୃତିକ କାର୍ଯ୍ୟକ୍ରମ ଆଜିକୁ ୩୯ ବର୍ଷ ବିତିଯାଇଛି। ଏହି ଟୁସୁ ପର୍ବକୁ ଆନୁମାନିକ ୫୦୦୦ ପାଞ୍ଚ ହଜାର ରୁ ଉର୍ଦ୍ଧ ଜନ ସମାଗମ ହୋଇଥାନ୍ତି। ଟୁସୁ ମେଳା ଦେଖିଯିବା ପାଇଁ ଏହି ମୁଖ୍ୟ ରାସ୍ତା ସମ୍ପର୍କ ରେ ପ୍ରଶାସନ ଜାଣି ଶୁଣି ଉନ୍ନତି କରିବା ରେ ବିଫଳ ହଉଛି, ଏଥି ପାଇଁ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି! କେବେ ହେବ ରାସ୍ତା ର ଉନ୍ନତି କରଣ, କେବେ ତିଆରି ହେବ ଛାତ୍ରଛାତ୍ରୀଙ୍କ ଗମନା ଗମନ ରାସ୍ତା? ଆଉ କେତେ ଅଭିଯୋଗ କଲେ ପ୍ରଶାସନ ନିଦ ଭାଙ୍ଗିବ! ସନ୍ତୋଷ ପୁର ଗ୍ରାମର ବିକାଶ ବାଟରେ ପଡି ହାଟରେ ଗଡ଼ିଲାଣି; ପଛରେ ପଡିଛି ବିକାଶ, ରାସ୍ତା ପାନୀୟଜଳ ବ୍ୟବସ୍ଥା, ମନ୍ଦିର ର ଉନ୍ନତି କରଣ ପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅଂଚଳ ବାସୀ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନର ଅବହେଳା କାରଣରୁ ଏହି ଗ୍ରାମାଞ୍ଚଳକୁ ଏକ ବିଚ୍ଛିନ୍ନାଞ୍ଚଳ ରେ ପରିଣତ କରାଯାଇଛି ବୋଲି ସ୍ଥାନୀୟ ବାସିନ୍ଦା ମତବ୍ୟକ୍ତ କରିଛନ୍ତି।
ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।