logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ପୁରୁଣା ସହରର ସୁଶ୍ରୀ ସାଇତାରିଣୀ ଧରଣୀଧର ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ସ୍ନାତକୋତ୍ତରରେ ପ୍ରଥମ।

କେନ୍ଦୁଝର ପୁରୁଣା ସହରର ସୁଶ୍ରୀ ସାଇତାରିଣୀ ଧରଣୀଧର ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ସ୍ନାତକୋତ୍ତରରେ ପ୍ରଥମ।

କେନ୍ଦୁଝର: ୨୯|୦୫ ଧରଣୀଧର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶ୍ରେଣୀର ଫଳ ପ୍ରକାଶ ପାଇଥିବାବେଳେ ଉଦ୍ଭିଦ ବିଜ୍ଞାନ ବା ବଟନିରେ କେନ୍ଦୁଝର ପୁରୁଣା ସହରର ସୁଶ୍ରୀ ସାଇତାରିଣୀ ସାହୁ ଟପ୍ପର ହୋଇଥିବା ଜଣାପଡିଛି। ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ସୁଶ୍ରୀ ସାଇତାରିଣୀ ମୋଟ ୨୦୦୦ନମ୍ବରରୁ ୧୭୮୨ନମ୍ବର ରଖି ଏହି ସଫଳତା ପାଇଛନ୍ତି। ସେ କେନ୍ଦୁଝରଗଡ଼ ପୌରପାଳିକାର ୧ନମ୍ବର ୱାର୍ଡର କାଉନସିଲର ତଥା ସମାଜସେବୀ ଶରତ କୁମାର ସାହୁ ଓ ଧର୍ମପରାୟଣ ମହିଳା ବନ୍ଦନା ସାହୁଙ୍କର ଏକମାତ୍ର କନ୍ୟା ଅଟନ୍ତି। ସେ ଦଶମ ଶ୍ରେଣୀରେ କେନ୍ଦ୍ରୀୟ ବିଦ୍ୟାଳୟରୁ ସଫଳତାର ସହ ପାସ କରିବା ପରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ମଧ୍ୟ ନିଜର ଉତ୍କର୍ଷ ପ୍ରତିପାଦନ କରିପାରିଥିଲେ। ସାଇତାରିଣୀ ତାଙ୍କର ଏହି ସଫଳତା ପାଇଁ ଜଗତଜନନୀ ମା ତାରିଣୀ, ପିତାମାତା, ବଡବାପା, ବଡ଼ ମା, ଭାଇ, ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ପ୍ରଦାନ କରାଯାଇଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

19
918 views

Comment