ଏସ.ଏନ. ଜୁୟେଳାର୍ସ ପକ୍ଷରୁ ରାଧା ଗୋବିନ୍ଦ ମନ୍ଦିରରେ ଠଣ୍ଡା ପଣି ବ୍ୟବସ୍ଥା, ବୈଷ୍ଣବ ସମାଜର କୃତଜ୍ଞତା
ମାଲକାନଗିରି: ଏସ. ଏନ. ଜୁୟେଳାର୍ସ ପକ୍ଷରୁ ଏମ. ଭି. ୩ ନମ୍ବର ସ୍ଥିତ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିରରେ ଭକ୍ତମାନଙ୍କ ସୁବିଧା ପାଇଁ ଏକ ଆଧୁନିକ ପାଣି ଫିଲ୍ଟର ଓ ଠଣ୍ଡା ପିଇବା ପାଣିର ବ୍ୟବସ୍ଥା ହୋଇଛି। ଗ୍ରୀଷ୍ମ ଋତୁର ଖରା ସମୟରେ ଏହି ସୁବିଧା ଭକ୍ତ ଓ ସ୍ଥାନୀୟ ଲୋକଙ୍କ ପାଇଁ ଉପକାରକାରୀ ହେବା ଆଶା କରାଯାଉଛି।
ମନ୍ଦିର କମିଟି ଓ ବୈଷ୍ଣବ ସମାଜ ଏସ. ଏନ. ଜୁୟେଳାର୍ସଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ, ଏଭଳି ସମାଜସେବା ଭକ୍ତମାନଙ୍କ ସୁବିଧା ବଢ଼ାଇବା ସହିତ ସମାଜରେ ମାନବିକତା ଓ ସେବାଭାବର ଉତ୍କୃଷ୍ଟ ଉଦାହରଣ ତିଆରି କରେ। ସ୍ଥାନୀୟ ଲୋକମାନେ ମଧ୍ୟ ଏହି ପଦକ୍ଷେପକୁ ପ୍ରଶଂସା କରି ଏସ. ଏନ. ଜୁୟେଳାର୍ସଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ଯେ ସେମାନେ ଭବିଷ୍ୟତରେ ଏଭଳି କାର୍ଯ୍ୟ ଜାରି ରଖିବେ।