logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ଏମ୍ସରେ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ଆୟୋଜିତ, ଭୁବନେଶ୍ୱର, ଓଡ଼ିଶା ।

ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ଏମ୍ସରେ ରକ୍ତଦାନ ସ୍ୱତନ୍ତ୍ର ଗ୍ରୀଷ୍ମ କାଳୀନ ଶିବିର ଆୟୋଜିତ

ଭୁବନେଶ୍ବର:- ୨୮.୦୫.୨୦୨୬- ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେରଖି ଏକ ଅନ୍ତଃ ରୁମ୍ ସ୍ବତନ୍ତ୍ର ଗ୍ରୀଷ୍ମ କାଳୀନ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ( ଏକ ଇନ୍ ହାଉସ କ୍ୟାମ୍ପ) ସତସଙ୍ଗ ଗ୍ରୁପ
ଆନୁକୁଲ୍ୟର ଏମ୍ସ ରକ୍ତ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରକୁ ଏମ୍ସ ଟ୍ରଂlନସ୍ଫୁଜନ ମେଡିସିନ ବିଭାଗର ଡଃ ସତ୍ୟ ପ୍ରକାଶ ,ଡଃ ଦେବାଶିଷ ମିଶ୍ର ଆସୋସିଏଟ୍ସ ପ୍ରଫେସର ଓ ଓଡ଼ିଶା ରକ୍ତଦାତା ମହାସଂଘର କାର୍ଯ୍ୟକାରି ସଭାପତି ଡ଼ଃ ନରେଶ ଚନ୍ଦ୍ର ସାହୁ ଉପସ୍ଥିତିରେ ଉଦଘାଟନ କରିଥିଲେ। ପ୍ରବଳ ଖରା ସତ୍ତ୍ବେ ଏମ୍ସର ଡ଼ାଃ କାର୍ତ୍ତୀକ ଓ ଡ଼ଃ ସାହିଲଙ୍କ ତତ୍ବାବଧାନରେ ଡ଼ାଃ ଗୁନlବର୍ଶିନି ସର୍ବ ମୋଟ ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଓଡ଼ିଶା ରକ୍ତଦାତା ମହାସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ରାଉତ, ତ୍ରିଲୋଚନ ଦାସ ଓ ସତସଙ୍ଗ ଗ୍ରୁପ୍ ର ମୁଖ୍ୟ ରାଜେଶ କୁମାର ପଣ୍ତା ,ରାକେଶ ବେହେରା ଓ ସରୋଜ ସାହୁ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ ଓ ପରିଚାଳନା କରିଥିଲେ। ଆଜି ଏହି ଶିବିର ମୁଖ୍ୟ ଆକର୍ଷଣ ଥିଲେ ଏମ୍ସ ର ୟୁ ଜି ଛାତ୍ର ଛାତ୍ରୀମାନେ। ଡ଼ାଃ ଡି ଅଙ୍କିତଙ୍କ ପ୍ରେରଣା କ୍ରମେ ପ୍ରାୟ ୬ ଜଣ ରୁ ୫ଜଣ ଡାକ୍ତରୀ ଛାତ୍ର ଛାତ୍ରୀମାନେ ଅନ୍ତିମ ପର୍ଯ୍ୟାୟରେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ।
ଡଃ ସାହୁଙ୍କ ପ୍ରେରଣା ପ୍ରଥମଥର ପାଇଁ ରକ୍ତଦାନ କରୁଥିବା ଯୁବ ସ୍ୱେଚ୍ଛାସବୀମାନଙ୍କ ପାଇଁ ଏକ ଉତ୍ସାହ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ଥିଲା। ସୂଚନାଯୋଗ୍ୟ କି ଖରା ଦିନରେ ଥାଲାସେମିଆ ରୋଗୀ ମାନଙ୍କ ପାଇଁ ରକ୍ତ ସଂକଟ ସମୟରେ ଅଭିଭାବକ ମାନେ ରକ୍ତ ଯୋଗାଡ କରିବା ଏକ ପ୍ରକାର ଅସମ୍ଭବ ହେଉଥିବାବେଳେ ଗ୍ରୀଷ୍ମ ପ୍ରବାହ ସମୟରେ ଏଫ୍ ବି ଡି ଓ ଓ
ଏହି ମହନୀୟ କାର୍ଯ୍ୟର ଡଃ ଦେବାଶିଷ ମିଶ୍ର ଭୂରୀୟସି ପ୍ରଶଂଶା କହିଥିଲେ ଓ ପ୍ରତେକ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ପ୍ରଦାନ କରାଯିବା ସହ ଏଫ୍ ବି ଡି ଓ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶା ରକ୍ତଦାତା ମହାସଂଘ ତରଫରୁ ଆୟୋଜିତ ଏହି ଶିବିରରେ ସତସଙ୍ଗ ଗ୍ରୁପ୍ ସହ ଶ୍ରୀରାମ କମିଟି, ତାଳବସ୍ତ, ବାଙ୍କୀର ସ୍ୱେଚ୍ଛାସେବୀମାନେ ମଧ୍ୟ ସହଯୋଗ କରିଥିଲେ।

81
2723 views

Comment