ବିଶିଷ୍ଟ ସାହିତ୍ୟିକ, ସମାଜସେବୀ ଓ ସଂଗଠକ ରାମଚନ୍ଦ୍ର ମହାନ୍ତଙ୍କ ଏକାଦଶାହରେ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି।
ବିଶିଷ୍ଟ ସାହିତ୍ୟିକ, ସମାଜସେବୀ ଓ ସଂଗଠକ ରାମଚନ୍ଦ୍ର ମହାନ୍ତଙ୍କ ଏକାଦଶାହରେ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି।
ବାରିପଦା /ଚିତ୍ରଡା -୨୮/୦୫ (ଖଣ୍ଡାଧାର ନିଉଜ) ମୟୁରଭଞ୍ଜ ଜିଲ୍ଲାର ବିଶିଷ୍ଟ ଲେଖକ, ସମାଜସେବୀ ଓ ସଂଗଠକ ସ୍ବର୍ଗତ ରାମଚନ୍ଦ୍ର ମହାନ୍ତଙ୍କ ଏକାଦଶାହରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ତାଙ୍କର ଚିତ୍ରଡା ସ୍ଥିତ ବାସଭବନରେ ଅନୁଷ୍ଠିତ ହେlଇଯାଇଛି l ବୁଧବାର ଅପରାହ୍ନ ଚାରିଟା ରେ ପ୍ରଥମେ କେନ୍ଦୁଝର ରୁ ଆସିଥିବା ସମାଜସେବୀ, ସଂଗଠକ କ୍ଷେତ୍ରବାସୀ ମହାନ୍ତ,ଲେଖିକା, ସଂଗଠିକା ଅବନ୍ତୀ ମହାନ୍ତ, ଲେଖକ, ସଂଗଠକ ଶ୍ରୀ ଡମ୍ବରୁ ମହାନ୍ତ ପ୍ରମୁଖ ସ୍ଵର୍ଗତ ରାମଚନ୍ଦ୍ର ମହାନ୍ତ ଙ୍କ ଫଟୋ ଚିତ୍ରରେ ଧୂପ, ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ତାଙ୍କ ମାମୁଁ ଚୁନାରାମ ମହାନ୍ତ, ମାଇଁ ସୁନନ୍ଦା ମହାନ୍ତ, ପୁତ୍ର ସତ୍ୟବ୍ରତ ମହାନ୍ତ, ବୋହୁ ବିଷ୍ଣୁପ୍ରିୟା ମହାନ୍ତ ପ୍ରମୁଖ ସ୍ମୃତିଚାରଣ କରିଥିଲେ l ସନ୍ଧ୍ୟାରେ ଅନୁଷ୍ଠିତ ପୁନଶ୍ଚ ଉକ୍ତ ସ୍ମୃତି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯେlଗ ଦେଇ ସ୍ମରଣିକା କୁ ଉନ୍ମୋଚନ କରିଥିଲେ l ଅନ୍ତରାଷ୍ଟ୍ରୀୟ ଇଂରାଜୀ ପତ୍ରିକା ଇଟରନିଟୀର ସଂପାଦକ ହରେକୃଷ୍ଣ ମହାନ୍ତ, ଅବସରପ୍ରାପ୍ତ ପ୍ରାଧ୍ୟlପିକା କଳ୍ପନା ମହାନ୍ତ,ଡକ୍ଟର କାଳୀପଦ ମହାନ୍ତ, ଭୁବନେଶ୍ୱରସ୍ଥିତ ମନ୍ତ୍ର ଉଦ୍ୟେlଗର ପ୍ରତିଷ୍ଠାତା କେ.ପ୍ରଭାକର,ଗାଳ୍ପିକ ହୣଷିକେଶ ବେହେରା, ବେତନଟୀ ଶିବାଜୀ କ୍ଲବର କାର୍ଯକର୍ତ୍ତା ଉପେନ୍ଦ୍ର ମହାନ୍ତ, ଗତିକୣଷ୍ଣ ମହାନ୍ତ,ଦାମୋଦର ମହାନ୍ତ,ପ୍ରଭାତ ରଂଜନ ମହାନ୍ତ,ସୁନାରାମ ମହାନ୍ତ, ଲକ୍ଷ୍ମୀପ୍ରୀୟା ମହାନ୍ତ, ସତ୍ୟପ୍ରିୟ ମହାନ୍ତ ଓ ବେଣୁଧର ମହାନ୍ତ ଆଦି ଲେଖକ, ସଂଗଠକ ଓ ସାମ୍ବାଦିକମାନେ ଯେlଗ ଦେଇଥିଲେ l ପ୍ରଖ୍ୟାତ ଲେଖକ ରାମଚନ୍ଦ୍ର ମହାନ୍ତ ରଚନା କରିଥୂବା କାଳଜୟୀ ପୁସ୍ତକଗୁଡିକ ମଧ୍ୟରେ "କିଏ ଆର୍ଯ ଦ୍ରାବିଡ଼ କିଏ ?", "କାଲିଫର୍ଣ୍ଣୀୟା ଡାଏରୀ (ଆମେରିକା ଅନୁଭୂତି)", "ଭଗବାନ ବୁଦ୍ଧ", "ମଉଳା ଫୁଲ", "ଭଗବାନ ମହାବୀର" ପ୍ରମୁଖ l ସେ ମଧ୍ୟ ଭୁବନେଶ୍ୱରରୁ ପ୍ରକାଶିତ ଜାଗରଣ, ତ୍ରିଧାରା ଓ ଦୁନ୍ଦୁଭି ଆଦି ପତ୍ରିକାର ସମ୍ପାଦନା କରୁଥିଲେ ଓ ଶିବାଜୀ ସାଂସ୍କୃତିକ ସଂଗଠନ ପ୍ରତିଷ୍ଠା କରି ନାନାଦି ସାଂସ୍କୃତିକ ଓ ସମାଜ ସଂସ୍କାର କାର୍ଯ୍ୟକ୍ରମ କରି ଆସୁଥିଲେ l ଇତି ମଧ୍ୟରେ ବହୁ ଅନୁଷ୍ଠାନଦ୍ବାରା ମଧ୍ୟ ସେ ସମ୍ମାନିତ ହେlଇଛନ୍ତି,ଯଥା : ୨୦୧୮ରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ମହାରାଜା ଶ୍ରୀରାମ ଚନ୍ଦ୍ର ବିଶ୍ୱବିଦ୍ୟାଳୟ ରୁ "ଭୂମିପୁତ୍ର "ସମ୍ମାନ, ମାଡ୍ରାସରୁ ଭାରତରତ୍ନ ମଦର ଟେରେସା ସମ୍ମାନ ଆଦି.. I ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ରାମଚନ୍ଦ୍ର ମହାନ୍ତଙ୍କର ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶିତ "କାରୁଣିକ ବୁଦ୍ଧଙ୍କ ବିଚାର ଧାରାର ବାର୍ତ୍ତାବହ ରାମଚନ୍ଦ୍ର ମହାନ୍ତ" ପୁସ୍ତକ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହେlଇଥିଲା l ସ୍ମୃତି ସଭାରେ ଗ୍ରାମ ତଥା ଅଞ୍ଚଳରୁ ବହୁ କବି, ଲେଖକ, ବୁଦ୍ଧିଜୀବୀ, ଆତ୍ମୀୟ, ସ୍ଵଜନ ଯୋଗ ଦେଇ ସଭାରେ ଅଂଶ ଗ୍ରହଣ କରିଥିଲେ l