logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ, ୨୮.୦୫.୨୦୨୬: - ଦେବଗଡ ଜିଲ୍ଲାର ତିଲେଇବଣୀ ବ୍ଲକ ଅଧୀନ ଦୁଧିଆନାଳୀ ଗ୍ରାମରେ ଗୁରୁବାର ଦିନ ଏକ ଚମତ୍କାରକ ଘଟଣା ଘଟିଛି। କାଳବୈଶାଖୀ ପ୍ରଭାବରେ ଢ଼ୋଲପଡ଼ା, ଦୁଧିଆନାଳି ଓ ତାଳକୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ସହ ବିଦ୍ୟୁତ ସରବରାହ ଚାରି ଦିନ ଧରି ବାଧାପ୍ରାପ୍ତ ଥିଲା।
ବିଦ୍ୟୁତ ବିଭାଗ ପକ୍ଷରୁ ସରବରାହ ପୁନରୁଦ୍ଧାର ପାଇଁ ତିନି ଜଣ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚିଥିବାବେଳେ, ଉତ୍ୟକ୍ତ ଗ୍ରାମବାସୀମାନେ ସେମାନଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ରଖିଥିଲେ। ଗ୍ରାମବାସୀମାନେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଘଟଣାସ୍ଥଳକୁ ତୁରନ୍ତ ଆସିବାକୁ ଦାବି କରିଥିଲେ।
ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ସମୟ ଧରି ବିଦ୍ୟୁତ ବନ୍ଦ ରହିବା ଫଳରେ ଚାଷୀମାନଙ୍କ ଫସଲ ଓ ପନିପରିବା ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହି କ୍ଷତି ପ୍ରତି ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀମାନେ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି।
ଘଟଣା ସମ୍ପର୍କରେ ସୂଚନା ପାଇ କଂସର ଫାଣ୍ଡି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ଗ୍ରାମବାସୀମାନେ ବିଦ୍ୟୁତ କର୍ମଚାରୀଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି।

3
191 views

Comment